ads

Breaking News

ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କଲେ ସ୍ୱଚ୍ଛସାଥୀ

ବରଗଡ଼----  କରୋନା ଭୁତାଣୁ ସାରା ବିଶ୍ୱକୁ ଦୋହଲାଇ ଦେଇଥିବାବେଳେ ସଂକ୍ରମିତ ଥମିବାର ନାଁ ନେଉନାହିଁ। ସରକାର ସଂକ୍ରମଣ କୁ ରୋକିବା ପାଇଁ  ଆଗୁଆ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି ।  ଲକ ଡାଉନ ମେ ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବାରମ୍ବାର ହାତ ଧୋଇବା, ଅତ୍ୟାବଶ୍ୟକ ନହେଲେ ଘରୁ ନ ବାହାରିବା,ବାହାରକୁ ବାହାରିଲେ ମାସ୍କ ତଥା ରୁମାଳରେ ମୁହଁ ଓ ନାକକୁ ଘୋଡେଇ ରଖିବା ଭଳି ଅନେକ ଗୁଡିଏ ନିୟମକୁ କଡାକଡି କରିଛନ୍ତି।କିନ୍ତୁ ବଜାରରେ ମାସ୍କ ଚଢାଦର ଏବଂ ଅଭାବ ଥିବାରୁ ଗରିବ ଦିନ ମଜୁରିଆ ଏବଂ ଭିକ୍ଷା ବୃତ୍ତି କରୁଥିବା ଲୋକେ ପାଇପାରୁନାହାନ୍ତି।ତେଣୁ ଆଜି ଅତାବିରା ଏନଏସିରେ କାର୍ଯ୍ୟ କରୁଥିବା ସ୍ୱଚ୍ଛସାଥି ଦୁର୍ଗା ରାଓ,ମଞ୍ଜୁ ମହାନନ୍ଦ ଏବଂ ସୁପର ଭାଇଜର ସୁଚିସ୍ମିତା ସାହୁ ନିଜର ପ୍ରଥମ ମାସର ଦରମା ଟଙ୍କାରୁ ଲେଫରସି ପଡାର ଭିକ୍ଷା ବୃତ୍ତି କରି ଚଳୁଥିବା ଗରିବ ନର ନାରାୟଣ ମାନଙ୍କ ପାଇଁ ନିଜେ ତିଆରି କରିଥିବା ମାସ୍କ ଏବଂ ଶୁଖିଲା ଖାଦ୍ୟ ଦେବା ସହ ଆଗକୁ ତାଙ୍କ ସୁଖ ଦୁଃଖର ସାଥି ହେବେ ବୋଲି କହିଥିଲେ।ଏଥିରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ତପସ୍ୱିନୀ ଗୁରୁ,ଏନଏସି ଅଧ୍ୟକ୍ଷା ଦୀପାଞ୍ଜଳି ଭରାସାଗର,ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ଦାଶ,ଏସ୍ଓ କ୍ରୀଷ୍ଣ ଦାସ,ଦିଲ୍ଲୀପ ବିଶ୍ୱାଲ ଉପସ୍ଥିତ ରହି ନରନାରାୟନ ମାନଙ୍କୁ ମାସ୍କ ଦେବା ସହ ସଚେତନତା ଅବଲମ୍ବନ କରିବା ପାଇଁ କୁହାଯାଇଥିଲା।
ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts