ads

Breaking News

ଠିପି ଖୋଲା ମଦ ଦୋକାନକୁ ନେଇ ଉତ୍ତେଜନା ପ୍ରକାଶ


ସାକ୍ଷୀଗୋପାଳ --- ସାକ୍ଷୀଗୋପାଳ ରେ ଏବେ ତିନୋଟି ବିଦେଶୀ ମଦ ଦୋକାନ ରହିଛି। ସେଥି ମଧ୍ୟରୁ ଦୁଇଟି ୩୧୬ନଂ ଜାତୀୟ ରାଜପଥ ଉପରେ ଅବସ୍ଥିତ। ଅନ୍ୟଟି ବାସୁକେରା ଗ୍ରାମ ରେ ଅବସ୍ଥିତ। ଏହି ମଦ ଦୋକାନ ଟି ସାକ୍ଷୀଗୋପାଳ ମନ୍ଦିର ବାଇପାସ୍ ରାସ୍ତା ଉପରେ ଅବସ୍ଥିତ। ପ୍ରଥମେ ଏଠାରେ ବିଅରବାର ଖୋଲିଥିଲା । ସେତେବେଳେ ଗ୍ରାମର ମହିଳା ଓ ପୁରୁଷମାନେ ବିରୋଧ କରିଥିଲେ। ସେତେବେଳେ ବିଅରବାର ମାଲିକ ବହୁ ଶିଘ୍ର ବିଅରବାର ଉଠାଇନେବେ ବୋଲି ସୁଚନା ଦେଇଥିଲେ। ଏବେ ସେହି ବିଅରବାରରେ ସରକାରୀ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିଛି।  ଏହି ରାସ୍ତା ଦେଇ ପ୍ରତିଦିନ ଶହଶହ କଲେଜ, ସରସ୍ଵତୀ , ସ୍ଳୁଲ ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିଥାନ୍ତି।ଯାହା ଫଳରେ କି ନିଶା ସେବନ କାରିମାନଙ୍କ ଉତ୍ପାତ ଦିନକୁ ଦିନ ବାସୁକେରାରେ ଅସନ୍ତୋଷ ଦେଖାଦେଇଛି। କେଉଁ ସମୟରେ ଏହା ବଡଧରଣର ଆନ୍ଦୋଳନ ମୁଣ୍ଡ ଟେକିବ କହି ହେଉନି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୧୧/୨୦୨୫---୭,୩୫ Sakhigopal News,10/11/2025

ads

Blog Archive

Popular Posts