ads

Breaking News

ପାରିବାରିକ କଳହକୁ କେନ୍ଦ୍ର କରି ଗାଳିଗୁଳଜ ଓ ଗାଡି ପୋଡି ଅଭିଯୋଗ


ଓଡ଼ଗାଁ - ଓଡ଼ଗାଁ ଆଦର୍ଶ ଥାନା  ବାହାଡ଼ଝୋଲା ଫାଣ୍ଡି ଅନ୍ତର୍ଗତ ବନ୍ଧାଭୁଇଁ ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ନିଜ ଦୁଆରରେ ଥିବା କାରଟିକୁ ଉଦ୍ଦେଶ୍ୟମୂଳକ ପୋଡ଼ିଦେଇଥିବା ବାହାଡ଼ଝୋଲା ଫାଣ୍ଡିରେ ଅଭିଯୋଗ ହୋଇଅଛି । ବନ୍ଧାଭୁଇଁ ଗ୍ରାମର ଲଳିତ କୁମାର ସାହୁ(ଟୁଆଁ) ଉଦ୍ଦେଶ୍ୟମୂଳକ ଭାବେ  ପାରିବାରିକ କଳହକୁ କେନ୍ଦ୍ର କରି  ସେହି ଗ୍ରାମର  ଅବନ୍ତି ସାହୁ ଗାଳିଗୁଲଜ କରିବା ସହ ମାରଣାସ୍ତ୍ର ଧରି ଗୋଡ଼ାଇ ଥିଲେ ।  ସହ ତାଙ୍କ ଦୁଆରେ ଥିବା ବାଇକଟିକୁ ବାଡେଇ ଭାଙ୍ଗିଦେଇଥିଲେ ।ପରେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।  କିନ୍ତୁ ଏତିକିରେ ତାର ରାଗ ଶାନ୍ତ ନ ହେବାରୁ ମଧ୍ୟରାତ୍ରରେ ମଜୁରୀ ହିସାବରେ (ଅନ୍ୟ ମାଲିକାନା) ପରିବାର ପ୍ରତିପୋଷଣ ପାଇଁ ଚଳାଉଥିବା କାରଟିକୁ ନିଆଁ ଲଗାଇଥିବା ଅଭିଯୋଗ ଅବନ୍ତି ସାହୁ କରିଛନ୍ତି ।ପରେ ପ୍ରାୟ ରାତ୍ରରେ ଝାଡା ବସିବା ପାଇଁ ବାହାରକୁ ଆସିଥିବା ପିଲାଟି କାରଟିକୁ ଜ୍ୱଳନ୍ତ ଅବସ୍ଥାରେ ଦେଖି ବଡ ପାଟିରେ ଚିଲ୍ଲେଇବା ସହିତ ଅବନିଙ୍କ  ପରିବାରକୁ ଉଠାଇଥିଲେ ।ପରେ ଓଡ଼ଗାଁ ଅଗ୍ନିଶମ ବିଭାଗର ଖବର ପାଇ‌  ନିଆଁକୁ ଆୟତ କରିଥିଲେ । ଅଭିଯୋଗ ପାଇବା ପରେ ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ତଦନ୍ତ କରିବା ସହ  ଦୋଷୀକୁ ଘୋଡାଉଥିବା ପରିଲକ୍ଷିତ ହୋଇଛି ବୋଲି ଲୋକମାନେ କହନ୍ତି । ଅଭିଯୋଗର ନିରପେକ୍ଷ ତଦନ୍ତ ହେବା ସହ ଦୋଷୀ ନିଶ୍ଚୟ ଦଣ୍ଡ ପାଇବ ବୋଲି ଓଡ଼ଗାଁ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ବଂଶୀଧର ବିଶ୍ୱାଳ କହିଛନ୍ତି ।

ଓଡ଼ଗାଁରୁ ଅର୍ଜୁନ ସାହୁ

ads

Blog Archive

Popular Posts