ads

Breaking News

ଭିଡିଓ କନ୍ଫରେନସିଂ ମାଧ୍ୟମରେ ଉତ୍କଳ ସାମ୍ବାଦିକ ସଂଘର ବିଶ୍ୱ ପ୍ରେସ ସ୍ବାଧୀନତା ଦିବସ ପାଳିତ



ଓଡ଼ଗାଁ - ବିଶ୍ୱ ପ୍ରେସ୍ ସ୍ୱାଧିନତା ଦିବସ ଅବସରରେ , ଉତ୍କଳ ସାମ୍ବାଦିକ ସଂଘ ର ଏକ  ରାଜ୍ୟ ସ୍ତରୀୟ ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟ ସଭାପତି ବିଭୂତି ଭୂଷଣ କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।କରୋନା ମହାମାରୀ ଭଳି ଭୟାବହତାର ପୄଷ୍ଠଭୂମିରେ ସାମ୍ବାଦିକତା ବୄତ୍ତିର ଅଧୁନା ସ୍ଥିତି ଓ ଭବିଷ୍ୟତ ସଂପର୍କେ ବୈଠକରେ ବିସ୍ତୃତ  ଆଲୋଚନା ହୋଇଥିଲା। ଓଡିଶା ସମେତ ସମଗ୍ର ଦେଶର ସମ୍ବାଦପତ୍ର ଅନୁଷ୍ଠାନ ଗୁଡିକ ଆର୍ଥିକ ସଂକଟର ସମ୍ମୁଖୀନ ହୋଇ ସାମ୍ବାଦିକ ମାନଙ୍କର ଦରମା ବନ୍ଦ,ତଥା ଛଟେଇ ଇତ୍ୟାଦି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।ଫଳତଃ କାର୍ଯ୍ୟରତ ସାମ୍ବାଦିକ ମାନେ ଏଭଳି ନିଷ୍ପତ୍ତି ର ଶିକାର ହୋଇ ଘୋର ଆର୍ଥିକ ସଙ୍କଟ  ଦେଇ ଗତି କରୁଛନ୍ତି ।ଏପରି ସ୍ଥଳେ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର, ସମ୍ବାଦପତ୍ର ଅନୁଷ୍ଠାନ ଗୁଡ଼ିକ ପ୍ରତି ସ୍ୱତନ୍ତ୍ର ଦୄଷ୍ଟି ଦେବା ସହ  ସାମ୍ବାଦିକ ମାନଙ୍କ ପାଇଁ ବିଶେଷ ଆର୍ଥିକ ସହାୟତା  ପ୍ରଦାନ କରିବା ବାଞ୍ଚନୀୟ ।ଅନ୍ୟପକ୍ଷରେ ତାଲାବନ୍ଦ ଅବସରରେ ଅନେକ ସ୍ଥାନରେ ସାମ୍ବାଦିକ ମାନେ ପୁଲିସ କିମ୍ବା ଅସାମାଜିକ ବ୍ୟକ୍ତି ମାନଙ୍କର ଆକ୍ରମଣର ଶିକାର ହେବାକୁ ନେଇ କର୍ମକର୍ତ୍ତା ମାନେ ନିଜ ନିଜର ଚିନ୍ତା ପ୍ରକଟ କରିଥିଲେ।ସଭାପତି ଶ୍ରୀ କର ବକ୍ତବ୍ୟରେ କହିଥିଲେ କି,ସମସ୍ତ ପ୍ରସଙ୍ଗକୁ ସୂଚିତ କରି ମୂଖ୍ୟମନ୍ତ୍ରୀଙ୍କୁ ଏକ  ଅନୁରୋଧ ପତ୍ର ଦିଆ ଯାଇଥିଲା ମାତ୍ର  ରାଜ୍ୟ ସରକାର  କେବଳ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।ସଂଘ ଏହାକୁ ସ୍ୱାଗତ କରିଛି । ତାଲାବନ୍ଦ ସମୟରେ ସଂଘର ନିୟମିତ ବୈଠକ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ହେବ ବୋଲି ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ,ଭୂବନେଶ୍ୱର  ସଭାପତି ପ୍ରତାପ କୁମାର ପ୍ରଧାନ, କେଉଁଝର ସଭାପତି ସତ୍ୟନାରାୟଣ ମିଶ୍ର,ଭଦ୍ରକ ସଭାପତି ତଥା ଶୃଙ୍ଖଳା କମିଟି ଅଧ୍ୟକ୍ଷ ରବିନାରାୟଣ ଖିଲାର,କୋଷାଧ୍ୟକ୍ଷ ରାଜେନ୍ ଚୌଧୁରୀ, ମାଲକାନଗିରି ସଭାପତି ଦୁର୍ଯ୍ୟୋଧନ ପାତ୍ର,କଟକ ସଭାପତି ସତ୍ୟବ୍ରତ ଦାସ, ସୁନ୍ଦରଗଡ଼ ସଭାପତି ପ୍ରଦୀପ କୁମାର ତ୍ରିପାଠୀ,ପୁରୀ ସଭାପତି ବିଶ୍ୱଜିତ୍ ପଟ୍ଟନାୟକ, ନୟାଗଡ଼ ସାଧାରଣ ସଂପାଦକ ଆଦ୍ଦର୍ଶ କୁମାର ପଟ୍ଟନାୟକ,ଝାରସୁଗୁଡା ସଭାପତି ଜଗଦୀଶ ପୁରୋହିତ, ରାୟଗଡା ସଭାପତି ସନ୍ତୋଷ କୁମାର ମିଶ୍ର, କଳାହାଣ୍ଡି ସଭାପତି ରଜନୀକାନ୍ତ ମିଶ୍ର,ଯାଜପୁର ସଭାପତି ହରିହର ସ୍ୱାଇଁ,ନୂଆପଡା ସଂପାଦକ ରୂଦ୍ରରାଜ ବାଗ,କେନ୍ଦ୍ରାପଡା ସାଧାରଣ ସଂପାଦକ ହିମାଂଶୁ ଶେଖର ନାୟକ ପ୍ରମୂଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।।

ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts