ads

Breaking News

ଓଡ଼ଗାଁ ଗିରିଡିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ


  ଓଡ଼ଗାଁ---- ଗିରିଡିପଲ୍ଲୀ ଉ.ପ୍ରା ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି।   ଉତ୍ସବରେ ମୁଖ୍ୟ ଅତିଥି ରୂପେ ଡ଼ଃ ଅଧିବାସ ପଣ୍ଡା ପୂର୍ବତନ ଅଧ୍ୟକ୍ଷ ରଘୁନାଥ ସମବାୟ ମହାବିଦ୍ୟାଳୟ  ଯୋଗଦେଇଥିଲେ ।  ମୁଖ୍ୟ ବକ୍ତା ରୂପେ ରାମକୃଷ୍ଣ ସାହୁ ପରିବେଶ ବିତ,ସମ୍ଭବ,ଦ୍ଵିଜରାଜ ନାୟକ,ସଦାଶିବ ପାତ୍ର ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ, ଶରତ ଚନ୍ଦ୍ର ବସନ୍ତରାୟ ସୁନାମୁହିଁ ଆଞ୍ଚଳିକ ଶିକ୍ଷକ ସଂଘ,  ଟୁନି ଦାସ ବିଦ୍ୟାଳୟ ପରିଚାଳନା ସମିତି ,ବିଜନ କୁମାର ପାଇକରାୟ ସମିତି ସଭ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ ଚୌଧୁରୀ ଙ୍କର ଅବସର କାଳୀନ ସମାରୋହ ମଧ୍ୟ ସମାପନ ହୋଇଥିଲା । ତତ୍ପରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ପରେ ପରେ ଛାତ୍ର ଛାତ୍ରୀମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ନୃତ୍ୟ ଏବଂ ସଙ୍ଗୀତର ପରିବେଷଣ କରାଯାଇଥିଲା।ଆଜିର ସମାରୋହରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଚରିତ୍ର ଗଠନ ସମ୍ବନ୍ଧରେ ନିଜର ଅଭିଭାଷଣ ରଖିଥିଲେ । କୁମାର/ଓଡ଼ଗାଁ ରୁ ଅର୍ଜୁନ ସାହୁ

ads

Blog Archive

Popular Posts