ads

Breaking News

ବରୀ ବିଜେପି ର ପ୍ରସ୍ତୁତି ବୈଠକ

ବରୀ--- ନାଗରିକ ସଂଶୋଧନ ଆଇନ (ସିଏଏ) କୁ ଦେଶ ବ୍ୟାପି ସମର୍ଥନ ମିଳିଥିଲାବେଳେ କେତେକ ବିରୋଧୀ ଏହାର ପ୍ରତିବାଦ କରି ସାଧାରଣ ଜନତାକୁ   ବିଭ୍ରାନ୍ତ କରୁଛନ୍ତି । ଯାହାଫଳରେ ନାଗରୀକ ସଂଶୋଧନ ଆଇନ ସମ୍ପର୍କରେ ସାଧାରଣ ଜନତାଙ୍କ ନିକଟରେ ଜବାବ ରଖିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା  ଆସନ୍ତା ୨୮ ତାରିଖ ଭୁବନେଶ୍ୱର ଜନତା ମୈଦାନକୁ ଆସୁଛନ୍ତି । ଏନେଇ ବରୀ ବିଜେପି ପକ୍ଷରୁ ବୁଧବାର ଅପରାହ୍ନରେ ବିଜେପି ନେତା ବିଶ୍ୱ ରଂଜନ ମଲ୍ଲିକଙ୍କ ବାସ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇଯାଇଛି । ବିଶ୍ୱ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱର ସମାବେଶରେ ବରୀ ନିର୍ବାଚନ ମଣ୍ଡଳୀରୁ ଅଧିକ ସଂଖ୍ୟାର କର୍ମୀ ଯୋଗଦେବେ ବୋଲି ମଲ୍ଲିକ କହିଥିଲେ । ଯାଜପୁର ଜିଲ୍ଲା ବିଜେପି ସଭାପତି ଗୈାତମ ରାୟ ଯୋଗଦେଇ ନାଗରୀକ ସଂଶୋଧନ ଆଇନ ଉପରେ ବକ୍ତବ୍ୟ ରଖିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁବାଶିନୀ ଶର୍ମା,ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଂଜ,ଜିଲ୍ଲା ପରିଷଦ ସଭ୍ୟ ଚତ୍ରୁଭୁଜ ଦ୍ୱିବେଦୀ,ସଭ୍ୟା ରଂଜିତା ସାମଲ,ସରପଞ୍ଚ ଶ୍ରୀଧଳ ଧଳ ଓ ବିଜୟ କିଶୋର ସାହାଣୀ, ବିରେନ୍ଦ୍ର ମିଶ୍ର,ସୁଶାନ୍ତ ମଲ୍ଲିକ,ସବିତା ସାମଲ,ସମିତି ସଭ୍ୟ ଅଙ୍କୁର ମଲ୍ଲିକ,ନିଳମଣି ଜେନା,ପ୍ରଫୁଲ ସାମଲ,ବିଜୟ ଲକ୍ଷ୍ମୀ ସେଠୀ,ବନଜା ମଲ୍ଲିକ,ପୂର୍ବତନ ସରପଞ୍ଚ ଦିଲ୍ଲିପ ମହାନ୍ତି,ଆକୁଳି ଚରଣ ମହାନ୍ତି, ବିଶ୍ୱନାଥ ନାୟକ,ସୁଜନପୁର ପ୍ରାକ୍ତନ ସରପଞ୍ଚ ଅଶୋକ କୁମାର ମହାନ୍ତିଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ


ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts