ads

Breaking News

ବରିଷ୍ଟ ନାଗରିକ ମାନଙ୍କ ସୁରକ୍ଷା ପାଇଁ ସଚେତନତା ଶିବିର

 ଡେଲାଙ୍ଗ -----ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସାରସ୍ୱତ ଶିଶୁ ବିଦ୍ୟାମନ୍ଦିର ଓ ବିବେକାନନ୍ଦଶିକ୍ଷା କେନ୍ଦ୍ରର ଛାତ୍ର ଚାତ୍ରୀ ମାନଙ୍କୁ ନେଇ ଏକ ଆମ ପରିବାର, ଗ୍ରାମ, ରାଜ୍ୟ ଓ  ଦେଶରେ ଥିବା ବରିଷ୍ଠ ନାଗରିକ ମାନଙ୍କୁ ସୁରକ୍ଷା ଓ ସେମାନଙ୍କୁ ସମ୍ମାନ ଦେବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁଧା, ଏନ, ଆଇ, ଏସ , ଡି ଅନୁଷ୍ଠାନ ଓ ସାମାଜିକ ସଶସ୍ତିକରଣ ଏବଂ ସୁରକ୍ଷା ଭାରତ ସରକାର, ନୂଆଦିଲ୍ଲୀ ଙ୍କ ମିଳିତ ସହଯୋଗରେ ଏହି ସଚେତନତା ୍ରାଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ନାଗରିକ ମାନଙ୍କୁ କିପରି ଆମେ ସୁରକ୍ଷା ଦେବା, ସମ୍ମାନ ଦେଇ ସେମାନଙ୍କ ଆଦର୍ଶକୁ ଗ୍ରହଣ କରିଲେ ନିଜର ଲକ୍ଷ୍ୟ ସ୍ଥଳରେ ତମେ ମାନେ ପହଞ୍ଚି ପାରିବ ବୋଲି ଯୋଗଦେଇଥିବା ଅତିଥି ମାନେ କତ ପ୍ରକାଶ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପ୍ରତିଯୋଗିତା କରାଯାଇଥିଲା । ୨୫ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ସୁଧାର ଅଧ୍ୟକ୍ଷ  ସ୍‌ଜ୍ଞୟ କୁମାର ମିଶ୍ର, ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ ରଞ୍ଜୁତା ଶ୍ରୀଚନ୍ଦନ, ଜଳନ୍ଦର ବେହରା, ନାରାୟଣ ପାଢ଼ୀ, ମୋନାଲିସା ପ୍ରଧାନ, ରଜନିକାନ୍ତ ସାମନ୍ତରାୟ  ପ୍ରମୁଖ ଯୋଗ ଦେଇ ପିଲା ମାନଙ୍କୁ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କୁ ସୁରକ୍ଷା କରି ହେବ ବୋଲି ମତ ପ୍ରକାଶ ପାଇଥିଲା । ସାରସ୍ୱତ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts