ads

Breaking News

ସେଣ୍ଟ ଜାଭିୟର ହାଇସ୍କୁଲର ବାର୍ଷିକ ଉତ୍ସବ

କୁଜଙ୍ଗ----ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲ ପଞ୍ଚାୟତ ନେହେରୁ କଲେନୀରେ ଥିବା ସେଣ୍ଟ ଜାଭିୟର ହାଇସ୍କୁଲର ବାଷିଁକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସୁଚନା ପ୍ରଯୁକ୍ତି କମିଶନର ଶଶି ପ୍ରଭା ବିନ୍ଧାଣୀ, ମୁଖ୍ୟବକ୍ତା ଓ.ଏସ.ସି.ପି.ସିର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ଏସ.ପି.ଡ଼ବ୍ଲୁ.ପିର ଅଧ୍ୟକ୍ଷା ମମତା ସାମନ୍ତରାୟ, ଏକ୍ସ.ସି.ଏଫ.ଏସର ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ୟୁନୋପୋଷ ଗୃପର ଅଧ୍ୟକ୍ଷ ଇଂ ଜୀବନ ବଲ୍ଲଭ ସାହୁ ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଭବିଷ୍ୟତ ଜୀବନ ଗଠନ ଉପରେ ଅଭିଭାବକମାନଙ୍କୁ ବିଶେଷ ଦୃଷ୍ଟି ଦେବାପାଇଁ ମତପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଶ୍ରୀମତି ପ୍ରଧାନ ଯୋଗଦେଇ କହିଥିଲେଯେ ଏହି ଛୋଟ ଛୋଟ ପିଲାମାନେ ଦେଶର ଭବିଷ୍ୟତ, ପିତା ମାତାମାନଙ୍କୁ ପିଲାମାନଙ୍କର ମାନସିକତା, ପିଲା କଣ ଚାହୁଁଛି, ପିଲା ସହିତ ବାର୍ତ୍ତାଳପ, ପିଲାମାନଙ୍କର ମନର କଥାକୁ ବୁଝିବା ସହିତ ମୋବାଇଲ, ଭିଡ଼ିଓ ଗେମ୍‌ରୁ ଦୂରେଇ ରଖିବାପାଇଁ କହିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟଦର୍ଶନୀ ମହାନ୍ତି, ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ପ୍ରିନ୍ସପାଲ କ୍ଷୀରୋଦ ଚନ୍ଦ୍ର ମହାନ୍ତିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ପରିଚାଳନା କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକମାନେ ଯୋଗଦେଇଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts