ads

Breaking News

ଶଶ୍ମାନ ଘାଟ ସାଜିଛି ଏବେ ମୃତ୍ୟୁର ଘାଟ....


   ବରଗଡ଼----ସରକାରଙ୍କ ଯୋଜନା ଜନ୍ମ ଠୁଁ ମୃତ୍ୟୁ ପର୍ଯ୍ୟନ୍ତ ରହିଛି ।କିନ୍ତୁ ଯୋଜନା ଏଠି ସମ୍ପୂର୍ଣ୍ଣ ଅଲଗା ବିକାଶ ନାଁ ରେ ବିନାଶ ଯୋଜନା ଆରମ୍ଭ ହୋଇଛି।କେତେକ ନିଜ ସ୍ୱାର୍ଥବାଦୀ ଅସାଧୁ ପ୍ରଶାସନିକ ଅଧିକାରୀ ଓ ଲୁଟିଆ ଠିକାଦାର ମାନଙ୍କ ସଲସୁତୁରାରେ ଅତି ନିମ୍ନ ମାନର କାମସହ ଅର୍ଥ ହରି ଲୁଟ କରି ବିନାଶ ଯୋଜନାର ଉନ୍ମୋଚନ ହୋଇଛି ।  ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପତ୍ରାପାଲି ନାଳିଆ କଡରେ ଥିବା ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ସ୍ଵର୍ଗଦ୍ଵାର ଘାଟ ।  କିଛି ମାସ ନପୁରୁଣୁ ସ୍ୱର୍ଗଦ୍ୱାର ସମ୍ପୂର୍ଣ୍ଣ ଭାଙ୍ଗି ବିପଦକୁ ଆମନ୍ତ୍ରଣ କରି ପଡିରହିଛି। ଏ ସମ୍ପର୍କରେ  ସ୍ଥାନୀୟ ଜନସାଧାରଣ ପଞ୍ଚାୟତ ବିଭାଗ  ଅଧିକାରୀଙ୍କ ଦୂଷ୍ଟି ଆକର୍ଷଣ କରାଯାଇଥିଲେ  ହେଁ କିଛି ନଜାଣିଲା ଭଳି ଚୁପ ରହୁଛନ୍ତି । ଏହାର ରହସ୍ୟ କଣ ରହିଛି ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଜୀବନର ଶେଷ ନିଶ୍ୱାସ ପରେ ଧନୀ ଗରିବ,ନେତା, ମନ୍ତ୍ରୀ ଛୋଟ,ବଡ଼ ଓ କଞ୍ଚା,ପାକଲା ଯିଏ ହଉ ନାଁ କାହିଁକି ସମସ୍ତଙ୍କ ପାଇଁ ଅନ୍ତିମ ଯାତ୍ରା ହୋଇଥାଏ ଏଇ ସ୍ୱର୍ଗଦ୍ୱାର । କିନ୍ତୁ ସ୍ୱର୍ଗଦ୍ୱାରକୁ  ବାଟ ନଥିବାବେଳେ ଶବ ଦାହ କରୁଥିବା ସ୍ଥାନଭାଙ୍ଗି ଗର୍ତ୍ତ ହୋଇ ଯିବାରୁ ସ୍ୱର୍ଗଦ୍ୱାର ମରଣଦ୍ୱାର ଭାବେ ପରିଣତ ହୋଇଛି।ତେବେ ଦେଖାଯାଉ ପ୍ରଶାସନ ନଜର ଏଥିପ୍ରତି କେବେ ପଡୁଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts