ads

Breaking News

ବାଲୁକା କଳା ମାଧ୍ୟମରେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପକୁ ସ୍ଵାଗତ


ପୁରୀ- ପୁରୀ ଲାଇଟ୍ ହାଉସ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ "ନମସ୍ତେ ଟ୍ରମ୍ପ" କାର୍ଯ୍ୟକ୍ରମ ଉପଲକ୍ଷେ ବାଲୁକା କଳା ନିର୍ମାଣ କରିଛନ୍ତି। ଭାରତ ଓ ଆମେରିକା ଦୁଇ ବୃହତ ଦେଶ ମଧ୍ୟରେ ହେବାକୁ ଥିବା ମିତ୍ରତା କୁ ଆଧାର କରି ଆନ୍ତର୍ଜାତିକ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ମହାମହିମ ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଙ୍କୁ ସ୍ଵାଗତ କରିଛନ୍ତି। ସେ ତାଙ୍କ ବାଲୁକା କଳାରେ ଆମେରିକାର ମହାମହିମ ରାଷ୍ଟ୍ରପତି ଡୋନାଲ୍ଲ ଟ୍ରମ୍ପଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହିତ ଦୁଇ ବୃହତ ଦେଶର ଜାତୀୟ ପତାକା କରିଛନ୍ତି। ଏବଂ ଏଥିରେ ଗୁଜୁରାଟର ମୋଟରା  ଷ୍ଟାଡିୟମ ରେ  "ନମସ୍ତେ ଟ୍ରମ୍ପ" କାର୍ଯ୍ୟକ୍ରମ କୁ ବାଲୁକା କଳାରେ ଚିତ୍ରଣ କରିଛନ୍ତି। ଏବଂ ଆଶା କରିଛନ୍ତି ଦୁଇ ବୃହତ ଦେଶ ମଧ୍ୟରେ ଏହି ଐତିହାସିକ ମିତ୍ରତା ନୂତନ ଶିଖରେ ଛୁଇଁବା ସହିତ ଦୁଇ ଦେଶକୁ ଉନ୍ନତି ର ଶିଖର କୁ ନେଇଯିବ। ଏହି ବାଲୁକା କଳାଟି ୧୫ ଫୁଟ୍ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ୍ ବାଲି ଉପଯୋଗ କରାଯାଇଛି।
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts