ads

Breaking News

ରାସ୍ତା ଉପରେ ଭଙ୍ଗା ଦଦରା ପାଚେରୀ


 ବରଗଡ଼ ---- ବରଗଡ଼ ଜିଲ୍ଲାର ଅତାବିରା ବ୍ଲକର ଲାଦେର ପାଲି ୯ନଂ ୱାର୍ଡକୁ ଯିବା ବେଳେ ଡାହାଣ ପଟରେ ରହିଛି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ। ବିଦ୍ୟୁତ ବିଭାଗର ପାଚେରୀ କାନ୍ଥ ଫାଟି ଆଁ କରିଛି । କେତେବେଳେ ଯେ ବିପଦ ଘଟାଇବ କିଛି କହି ହେବ ନାହିଁ ବୋଲି ଲୋକେ କହନ୍ତି। ଏହି ୱାର୍ଡ ନଂ ୯ କୁ ଯିବା ରାସ୍ତା ସହ ୱାର୍ଡ ନଂ ୧୦ କୁ ଯିବା ରାସ୍ତା ମଧ୍ୟ । ଅରବିନ୍ଦ ସ୍କୁଲ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ସବରେଜିଷ୍ଟାର ଅଫିସ,ବିଦ୍ୟୁତ ବିଭାଗ ଓ କୁନି କୁନି ପିଲା ମାନଙ୍କ ଖେଳପଡ଼ିଆ ରହିଛି। ଯୋଉ ପଡ଼ିଆରେ କି ପ୍ରତ୍ୟହ ସନ୍ଧ୍ୟା ସକାଳେ ପିଲାମାନେ ଖେଳ ଅଭ୍ୟାସ କରିବା ସହ ବିଭିନ୍ନ ସମୟରେ ସ୍ଥାନୀୟ ସ୍କୁଲ କଲେଜ,ୱାର୍ଡ ମାନଙ୍କ ତଥା ଅଞ୍ଚଳର ଅନେକ କାର୍ଯ୍ୟକ୍ରମ ହେଇଥାଏ।ତେଣୁ ଏହି ରାସ୍ତା ଉପରେ ଥିବା ଭଙ୍ଗା ପାଚେରୀ  କେତେବେଳେ ଯେ କାହାର ଜୀବନ ନ ନେବ କିଏ କହିବ ?ବାରମ୍ବାର ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଗୋଚରରେ ରହିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବାର  ଲୋକମାନେ କହନ୍ତି । ଏପରି ବିଭାଗ ଲୋକ ମରିବା ପରେ ସରକାର ଙ୍କ ନିଦ ଭାଙ୍ଗେ । ତେବେ ଦେଖଯାଉ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ନା ଲୋକ ମରିବା ପରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯିବ ସମୟହିଁ କହିବ ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts