ads

Breaking News

ପୋଖରୀ ରେ ଘାଟ ଅଛି ; ସେଠାକୁ ଯିବାକୁ ବାଟ ନାହିଁ....


 ବରଗଡ଼----  ଲୋକଙ୍କ ସୁବିଧା ସୁଯୋଗ ପାଇଁ ନିମନ୍ତେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ଅସାଧୁ ବିଭାଗୀୟ ସରକାରୀ କର୍ମଚାରୀ ତଥା ଠିକାଦାର ମାନଙ୍କ ପାଇଁ ତାହା ବାସ୍ତବ ଚିତ୍ର ଠାରୁ ଅଲଗା ହେଉଛି । ଲୋକଙ୍କ ପାଇଁ ପୋଖରୀ ହୁଡ଼ା ମାନଙ୍କରେ ଲକ୍ଷାଧିକ ଟଙ୍କାରେ ଘାଟ ସହ ଲୁଗା ବଦଳାଇବା ଗୃହତିଆରି ହୋଇଛି । ସତ ହେଲେ ତାହା ଦିନ ଟିଏ ମଧ୍ୟ ବ୍ୟବହାର ନହୋଇ ଭାଙ୍ଗି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଅତାବିରା ବ୍ଲକର ବିଭିନ୍ନ ପଞ୍ଚାୟତର ଗାଁ ଗଣ୍ଡା ମାନଙ୍କରେ ଯେଉଁଠି ଆବଶ୍ୟକ ନୁହଁ ସେଇଠି ଅତି ନିମ୍ନ ମାନର କାମ କରି ବ୍ୟବହାର ନହେଉଣୁ ଭାଙ୍ଗି ପଡିରହିଛି।ଯାହା ଦେଖିବାକୁ ମିଳିଛି ।  ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ମନାପଡା ପଞ୍ଚାୟତର ଲୁରୁପାଲି ଗ୍ରାମର ଡେଙ୍ଗେଇ କଁଟା ନିକଟସ୍ଥ ଶିବ ମନ୍ଦିର ପ୍ରାଙ୍ଗଣରେ ଥିବା ତିରସୁଲ ବନ୍ଦ ତଥା ପୋଖରୀର ପାହାଚ ଘାଟ ଅଳିଆ ଆବର୍ଜନା ମୟ ହୋଇ ପଡିରହିଛି । ଏପରିକି ଘାଟ କୁ ଯିବା ପାଇଁ ରାସ୍ତା ମଧ୍ୟ ନାହିଁ । ତେବେ କାହା ସ୍ୱାର୍ଥରେ ସେଇ ଘାଟ ତିଆରି ହେଲା ତାହା ଏବେ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏଭଳି ପଞ୍ଚାୟତ ମାନଙ୍କରେ ଅନେକ ସ୍ଥାନରେ ପାହାଚ ଘାଟ ଓ ଲୁଗା ବଦଳାଇବା ଗୃହ ଭାଙ୍ଗି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.

ads

Blog Archive

Popular Posts