ads

Breaking News

ଅତାବିରାରେ ନବମତମ ବହିହାଟ ଉଦଘାଟିତ..


.
 ବରଗଡ଼---   ବରଗଡ଼ ଜିଲ୍ଲା ଅତାବିରା ଭେଟେନାରୀ ପଡ଼ିଆରେ ନବମତମ ବହି ହାଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବହି ହାଟର ସଭାପତି ହରି ପ୍ରଧାନଙ୍କ ସଭାପତିତ୍ୱ କରିଥିଲେ । ଅତାବିରା ଭି.ଏ.ଏସ  ଶୋଭନ ନାଏକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଅତାବିରା ଥାନା ଅଧିକାରୀ ପୁରୁଷୋତ୍ତମ ଭୋଇ ଓ ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର ସମ୍ବାନୀତ ଅତିଥିଭାବେ ଯୋଗଦେଇଥିଲେ। ବହି ହାଟର କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ନିର୍ମଳ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ଶୁଭ ଉଦଘାଟନ ସହ ଗଣେଶ ଓ ବାଗ ଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ ଦ୍ବୀପ ପ୍ରଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ଏହା ପରେ ପୂର୍ଣ୍ଣାଙ୍ଗ ଅରବିନ୍ଦ ସ୍କୁଲର ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ହୋଇଥିଲା।ଜ୍ଞାନକୁ ଅଧିକରୁ ଅଧିକ ଶିକ୍ଷା ପ୍ରେମୀ ବହି ହାଟରେ ଅଂଶ ଗ୍ରହଣ କରି ଶିକ୍ଷାରେ ଲାଭାନ୍ବିତ ହେବେ ବୋଲି ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ।ଆଜି ବହିହାଟରେ ଶିକ୍ଷା ପ୍ରେମୀଙ୍କ ପାଇଁ  ୨୨ଟି ବହି ଷ୍ଟଲ ଖୋଲିଛି। ଏହି ବହି ହାଟ ଆଜିଠୁ ଦୀର୍ଘ ସାତ ଦିନ ପର୍ଯ୍ୟନ୍ତ ଚାଲିବ । ଅଞ୍ଚଳର ଛାତ୍ରଛାତ୍ରୀ ଶିକ୍ଷା ପ୍ରେମୀ ତଥା ବୁଦ୍ଧିଜୀବି ମାନଙ୍କ ପାଇଁ ସ୍ୱତନ୍ତ୍ର ସୁଲଭ ମୂଲ୍ୟରେ ପୁସ୍ତକ ପାଇ ପାରିବେ ତତ୍ ସଙ୍ଗେ ସଙ୍ଗେ ସନ୍ଧ୍ୟା ସମୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ବହିହାଟ ପକ୍ଷରୁ ଜଣାପଡ଼ିଛି।ଏହି ବହି ସକାଳ ୭ଟା ରୁ ଆରମ୍ଭ ହୋଇ ରାତ୍ରି ୧୦ଟା ପର୍ଯ୍ୟନ୍ତ ଚାଲିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି।ଏହି କାର୍ଯ୍ୟକ୍ରମକୁ ସଂପାଦକ ରମେଶ ଅଗ୍ରୱାଲ,ଆବାହକ ଦଶରଥ ବାଗ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts