ads

Breaking News

ରାସ୍ତା ଉପରେ ଶାଗ ମଞ୍ଜି ଅମଳ ; ମଟର ସାଇକେଲରୁ ପଡି ୩ ଆହତ


 ସାକ୍ଷୀଗୋପାଳ ---  ରାସ୍ତା ଉପରେ ଲେକମାନେ କୋଶଳା ଶାଗ ମଞ୍ଜି ଅମଳ କରି ନେବା ପରେ ରାସ୍ତା ଉପରେ ପଡି ରହୁଛି ଗଛ । ଯାହାକି ସାମାନ୍ୟ ବର୍ଷା ହେଲେ ଲୋକମାନେ ପଡିକି ଖଣ୍ଡିଆ ଖାବେରା ହେଉଛନ୍ତି । ଯେଉଁପରି ଲୋକମାନେ ଧାନ ଅମଳ କରିବା ପାଇଁ ରାସ୍ତାକୁ ଖରାବାରି ଭାବେ ବ୍ୟବହାର କରିଥାନ୍ତି । ସେହିପରି ସତ୍ୟବାଦୀ ଥାନା ଅନ୍ତର୍ଗତ ବଳରାମପୁରଗଠ ଗ୍ରାମ ପଞ୍ଚାୟତର ଆରଡି ରାସ୍ତା ଉପରେ ବଳରାମପୁର ଠାରୁ ବାଢ଼କେରା ପର୍ଯ୍ୟନ୍ତ ଲୋକମାନେ ରାସ୍ତା ଉପରେ କୋଶଳା ଶାଗ ମଞ୍ଜି ଅମଳ କରିବା ପାଇଁ ଶାଗ ଗଛ ରାସ୍ତା ଉପରେ ପକାଇଥାନ୍ତି । ଖରାରେ ଶାଗ ମଞ୍ଜି ଶୁଖିଯିବା ପରେ ମଞ୍ଜି ଅମଳ କରି ନେଇ ଛାଡି ଦେଇ ଯାଇଥାନ୍ତି ଶାଗ ଗଛ ଗୁଡିକ । ବର୍ଷା ହେବାପରେ ସେ ଗୁଡିକ ପୋଚାହୋଇ ଲୋକଙ୍କ ପାଇଁ କାଳ ସାଜିଥାଏ । କାଳନ୍ଦି ସ୍ୱାଇଁ ଏକ ସ୍କୁଟିଯୋଗେ ବଳଙ୍ଗାରୁ ଏହି ରାସ୍ତା ଦେଇ ଫେରୁଥିବା ସମୟରେ ବଳରାମପୁରର ପିଡସାହି ଠାରେ ରାସ୍ତା ଉପରେ ପଡିଥିବା ପୋଚା ଶାଗ ଗଛ ଉପରେ ଗାଡି ଚଡିଯିବାରୁ ପଡିକି ଗୁରୁତର ଭାବେ ଆହତ ହୋଇ ଭୁବନେଶ୍ୱର ଚିକିତ୍ସା ହେଉଥିବା ଜଣାପଡିଛି । ସେହିପରି ନୂଆବାଗଲପୁର ଗ୍ରାମର ସିଲୁ ପରିଡା ଗାଡିରୁ ପଡି ଖଣ୍ଡିଆ ଖାବେରା ହୋଇଥିବା ଜଣାପଡିଛି । ତୁରନ୍ତ ଏ ଦିଗପ୍ରତି ଜିଲ୍ଲା ପ୍ରଶାସନ ନଜର ଦେବାକୁ ଦାବି ହେଉଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts