ads

Breaking News

କଣ୍ଟାବାଡ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ରକ୍ତଦାନ ଶିବିର ; ୨୩ ୟୁନିଟ ରକ୍ତ ସଂଗ୍ରହ

ବେଗୁନିଆ--- ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ  ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରବିବାର ପୂର୍ବାହ୍ନରେ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରୁ ମୋଟ ୨୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ପ୍ରଥମେ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ଧରିତ୍ରୀ ମହାପାତ୍ର ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ,ଖୋର୍ଦ୍ଧା ଜିଲ୍ଲା ବିଭାଗ ପ୍ରମୁଖ ଶିକ୍ଷାବିତ କୁଳମଣି ମିଶ୍ର,ଅନୁଷ୍ଠାନର ସଭାପତି ମାନସ ରଞନ ଦାଶ,ସମ୍ପାଦକ ଶ୍ରୀକାନ୍ତ କୁମାର ବାହିନୀପତି,ଯୁଗ୍ମ ସମ୍ପାଦକ ବଂଶୀଧର ପାଣିଗ୍ରାହୀ,ବରିଷ୍ଠ ସଭ୍ୟ ଦିଲ୍ଲୀପ କୁମାର ପାଣିଗ୍ରାହୀ,ପ୍ରସନ୍ନ କୁମାର ମହାପାତ୍ର,ପ୍ରଧାନଆଚାର୍ଯ୍ୟ ମନୋରଞନ ପଣ୍ଡା,ସମାଜସେବୀ ସୁରେନ୍ଦ୍ର କୁମାର ପଣ୍ଡା ଓ ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ନୟାଗଡ ବ୍ଲଡ ବ୍ୟାଙ୍କ ଡାକ୍ତର ସଞୟ କୁମାର ଦାଶ,କାଉନସେଲର ଅଜୟ କୁମାର ପଟ୍ଟନାୟକ,ଲାବଟେକନିସିଆନ ପ୍ରକାଶ କୁମାର ପାଣିଗ୍ରାହୀ ଓ ସହାୟକ ପଞ୍ଚୁ ଦଳେଇ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts