ads

Breaking News

ରାସ୍ତା ଉପରେ ପାନୀୟ ଜଳ ଯୋଗାଣ ବିଭାଗ କରିଛି ଗର୍ତ୍ତ



ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ପି ଏଚ ଡି ବିଭାଗ  ଜନ ସାଧାରଣଙ୍କୁ ମରଣ ମୁହଁକୁ ଠେଲି ଦେଇଛି । ପାନୀୟଜଳ ଯୋଗାଇ ଦେବା ନାମରେ ରାସ୍ତାର ଦୁଇ ପାର୍ଶ୍ଵରେ ଗର୍ତ୍ତ ଖୋଲି ଖୋଲା ଛାଡି ଦେଇଛି। ସାମାନ୍ୟ ଏକ ପ୍ଲେଟ ପାଇଁ ଶହ ଶହ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇପଡିଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାଇପି ପକାଗଲା ।  ଠିକାଦାର କାମ କରି ବିଲ ନେଇଗଲା । ରହିଗଲା ରାସ୍ତା ଉପରେ କରାଯାଇ ଥିବା ଗର୍ତ୍ତ । ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି ମାତ୍ର ଅଧିକାରୀ ମାନେ ଶୁଣିବାକୁ ନାରାଜ । ଗାଈ ଗୋରୁ ଓ ଅନେକ ଲୋକ ଏହି ଗାତରେ ପଡ଼ି ଦୁର୍ଘଟଣା ଗ୍ରସ୍ତ ହେଇ ଥିବାର ନଜିର ରହିଛି। ଯାହା ଏହି ସମସ୍ୟାକୁ ନେଇ ବାରମ୍ବାର ସ୍ଥାନୀୟ କାଉନସିଲର ଆରତୀ ନାୟକ ତଥା ଗ୍ରାମର ବୁଦ୍ଧିଜୀବୀ ମାନେ ପି ଏଚ ଡି ଏସ୍ ଡିଓ ଗୁଣ ପ୍ରଧାନଙ୍କୁ ଅନେକ ଥର ଅଭିଯୋଗ କରିଛନ୍ତି । କାହାରି କଥାକୁ ଧ୍ୟାନ ନଦେଇ ନିଜର ମନମାନି କରି କେତେବେଳେ କୋଉ କାନ୍ଥକୁ ଭାଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ଗର୍ତ୍ତ ଗୁଡିକୁ ମୁକୁଳାରେ ପକାଇ ରଖିଛନ୍ତି।ଯଦ୍ୱାରା ଯିବା ଆସିବା ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଗୋଚରରେ ରହିଥିଲେ ମଧ୍ୟ ଦୀର୍ଘ ଦିନରୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନଥିବାର ଜଣାପଡେ।ତେବେ ଦେଖଯାଉ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି। ବଡ଼ ଧରଣର ଦୁର୍ଘଟଣା ଘଟିବା ପଯ୍ୟନ୍ତ ଏସଡିଓ ଅପେକ୍ଷା କରିଛନ୍ତି ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts