ads

Breaking News

ମହିଳାଙ୍କ ଠାରୁ ଲୂଟ କରିବା ମହଙ୍ଗା ପଡିଲା


ପୁରୀ ----- ଜଣେ ମହିଳାଙ୍କ ଠାରୁ ଲୂଟ କରିବା ଯୁବକଙ୍କୁ ମହଙ୍ଗା ପଡିଲା । ଯୁବକ ଜଣକ ଧରା ପଡିବା ପରେ ଉକ୍ତ ମହିଳା ନିର୍ଧୁମ ଛେଚିଛନ୍ତି ଉକ୍ତ ଲୁଟେରା କୁ । ସ୍ତାନୀୟ ଲୋକ ବି ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଇ ଛନ୍ତି ଲୁଟେରା କୁ । ତେବେ ଏହି ଘଟଣା ପୁରୀ କୋଣାର୍କ ରାସ୍ତାରେ ହୋଇ ଥିବା ବେଳେ ଏହି ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରଲ ହୋଇଛି। ଉକ୍ତ ମହିଳା ଏକ ସ୍କୁଟି ରେ ଦୁଇ ଜଣ ପିଲାଙ୍କୁ ନେଇ ଯାଉଥିଲେ। ଏତିକି ବେଳେ ଛଇତନା ନିକଟରେ ଏକୁଟିଆ ପାଇ ଉକ୍ତ ମହିଳା ଙ୍କ ଠାରୁ ଗାଡ଼ି ଉପରୁ ପର୍ସ ଛଡାଇ ବାକୁ ଉଦ୍ୟମ କରିଥିଲେ ଯୁବକ ଜଣଙ୍କ। ତେବେ ଉକ୍ତ ମହିଳା ଜଣଙ୍କ ସାହସ କରି ଲୁଟେରା କୁ ଧରିବା ସହ ନିସ୍ତୁକ ପିଟି ଥିଲେ। ଏତିକି ବେଳେ ରାସ୍ତା ରେ ଯାଉଥିବା ଲୋକ ମାନେ ଏହା ଦେଖି ଲୁଟେରାକୁ କାବୁ କରିବା ସହ ନିର୍ଧୁମ ମାଡ଼ ମାରିଥିଲେ। ତେବେ ଏହି ଭିଡିଓ ସୋସିଆଲ ମିଡିଆ ରେ ଭାଇରଲ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମହିଳା ଙ୍କ ସାହସ କୁ ସ୍ଥାନୀୟ ଜନସାଧାରଣ ତାରିଫ କରିଛନ୍ତି। ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts