ads

Breaking News

ନିମ୍ନ ମାନର ଶୌଚାଳୟ ; ଆରମ୍ଭରୁ ଚାବି, କେଉଁଠି ଭାଙ୍ଗିବା ଅପେକ୍ଷାରେ


ବରଗଡ଼----     ସରକାର  ସ୍ୱଚ୍ଛତା ପକ୍ଷକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ମାତ୍ର ଏହି କାର୍ଯ୍ୟକ୍ରମ କିପରି ଚାଲିଛି ତାହା ଦେଖିବା ପାଇଁ କେହି ନାହାନ୍ତି । ବରଗଡ଼ ଜିଲ୍ଲା ଅତାବିରା ଏନଏସିରେ ସ୍ୱଚ୍ଛତା ପକ୍ଷ ଭୁଶୁଡି ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ।ଯାହା ଆମେ କହୁ ନାହୁଁ।ଏନଏସି ଅଞ୍ଚଳର କିଛି ଦୃଶ୍ୟରୁ ଜଣାପଡେ। ସେହିପରି ଏନଏସି ପକ୍ଷରୁ ୱାର୍ଡ ମାନଙ୍କରେ ଗୋଷ୍ଠି ଶୌଚାଳୟ ଓ ସର୍ବ ସାଧାରଣ ଶୌଚାଳୟ ମାନ ତିଆରି କରାଯାଇଛି । ସେଥି ମଧ୍ୟରୁ କେତେ ତିଆରି ହେବା ଦିନ ଠାରୁ ତାଲା ଝୁଲୁଛି ତ ଆଉ କେତେ ସ୍ଥାନରେ ନିମ୍ନ ମାନର କାମ ଯୋଗୁଁ କାନ୍ଥ ଫାଟି ଆଁ କରି  ରହିଛି । ଆମେ କହୁଛୁ ସେଇ ଅତାବିରା ଏନଏସିର ୱାର୍ଡ ନଂ ୫ ଭୋଇପୁରା ଗାଁର କଥା। ଯୋଉ ଶୌଚାଳୟ ଅତି ନିମ୍ନମାନର ତିଆରି ହେବା ସହ ଲାଗିଥିବା ମେଟେରିଏଲସ ଗୁଡିକ ମଧ୍ୟ ନିମ୍ନମାନର।ଯାହା ବ୍ୟବହାର ନ ହେଉଣୁ ଭାଙ୍ଗି ଗଲାଣି । ସାଢ଼େ ଚାରିଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ ହୋଇ ତିଆରି ହୋଇଥିବା ଲାଗିଥିବା ଫଳକରୁ ଜଣାପଡ଼େ। ହେଲେ ଏହା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ   ମଧୁଚନ୍ଦ୍ରିକାରେ ତିଆରି କରି ଅର୍ଥ ହରି ଲୁଟ ହୋଇଥିବାର ଅଭିଯୋଗ ହୁଏ । ତାହା ପୁଣି ଅନବିଜ୍ଞ ଠିକାଦାର କୁ ଅନବିଜ୍ଞ କର୍ମଚାରୀ।କାମ ଚଳାରେ ଚାଲିଛି ଅତାବିରା ଏନଏସି । ଅନ୍ୟ ପକ୍ଷେ ସଫେଇ ଦିଓଲି ହେଉଥିବାର କୁହନ୍ତି ଅଧିକାରୀ ହେଲେ ଏଇ ଦୃଶ୍ୟରୁ ଜଣା ପଡେ କେତେ ଓ କୋଉ ଭଳିଆ ହେଉଛି ସଫେଇ। ସେହିପରି ଅତାବିରା ବସଷ୍ଟାଣ୍ଡ  ୱାର୍ଡ ନଂ-୨ ଓ  ୱାର୍ଡ ନଂ-୪ର ଶୌଚାଳୟ ତିଆରି ହୋଇଥିବା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇପଡିଛି। ତେବେ ଶୌଚାଳୟ ଗୁଡିକ କାହା ସ୍ୱାର୍ଥରେ ଓ ଏଥିରେ କିଏ କିଏ ସାମିଲ ଅଛନ୍ତି ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହେଉଛି ।  ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏଥିରେ ସଂପୃକ୍ତ ଥିବା ଅସାଧୁ ବ୍ୟକ୍ତି ବିଶେଷ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନୂତନ ଶୌଚାଳୟ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ  ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts