ads

Breaking News

କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା



ଓଡ଼ଗାଁ----   ଓଡ଼ଗାଁ କୋମଣ୍ଡ ଆଜି କୋମଣ୍ଡ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଭାଗିରଥି ଦଳେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ତ୍ରିଲୋଚନ ଦାସ ଅବସରପ୍ରାପ୍ତ ଶିକ୍ଷକ,ସମ୍ମାନିତ ଅତିଥି ଭାବେ ପ୍ରମୋଦ କୁମାର ମହାରଣା ,ମୁଖ୍ୟ ବକ୍ତା ରୂପେ କୋମଣ୍ଡ ସରପଞ୍ଚ ସୁଶାନ୍ତ ଦଳେଇ ପ୍ରମୁଖ  ଯୋଗ ଦେଇଥିଲେ ।ଆଜିର ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ରେ ମୁଖ୍ୟ ବକ୍ତା ଦଳେଇ ସାରଙ୍କର କର୍ତ୍ତବ୍ୟ ନିଷ୍ଠତା ,କର୍ମପରାୟଣତା ଓ ଛାତ୍ରବତ୍ସଳତା ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରି ଭୁୟସୀ ପ୍ରସଂଶା କରିଥିଲେ ।ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ତରଫରୁ ସାରଙ୍କୁ ସ୍ନେହର ପ୍ରତୀକ ସ୍ୱରୂପ ଏକ ନୈଶ ଭୋଜିର ଆୟୋଜନ କରାଯାଇଥିଲା।ଆଜିର ଏହି ଉତ୍ସବ ରେ ବିଦ୍ୟାଳର ସେକ୍ରେଟାରୀ ଙ୍କ ସମେତ ବହୁ ପୁରାତନଶିକ୍ଷକ, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।  କୁୁରାଳ/ ଓଡ଼ଗାଁରୁ ଅର୍ଜୁନ ସାହୁ

ads

Blog Archive

Popular Posts