ads

Breaking News

ଜଗତସିଂହପୁର ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ଜଗତ୍‌ସିଂହପୁର------ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଆଜି ଅପରାହ୍ନରେ ରାଜ୍ୟସ୍ତରୀୟ ଗୀତାଜ୍ଞାନ ଯଜ୍ଞ କମିଟି ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଗୀତା ପୁସ୍ତକ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଛି । ଗୀତାଜ୍ଞାନ ଯଜ୍ଞ କମିଟିର ସମ୍ପାଦକ ବିଜୟ କୁମାର ସ୍ୱାଇଁ, ସହ ସମ୍ପାଦକ ତଥା ମଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଡେପୁଟି ସେକ୍ରେଟାରି  ରବିନ୍ଦ୍ର କୁମାର ମହାପାତ୍ର, ଜିଲ୍ଲା ସାମ୍ବାଦିକ ୟୁନିୟନ୍ ସଭାପତି ଶୁଭଙ୍କର ଜେନା, କମିଟିର କୋଷାଧ୍ୟକ୍ଷ ତଥା ସାମ୍ବାଦିକ କଲ୍ୟାଣ ସେନ୍‌, କମିଟି ସଦସ୍ୟ ତଥା ସାମ୍ବାଦିକ ରାଜେନ୍ଦ୍ର ନାରାୟଣ ସିଂହ ପ୍ରମୁଖ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ଉତ୍ତରରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଲେ ଯେ, ଶ୍ରୀମଦ୍ ଭଗବତ ଗୀତା ହେଉଛି ମାନବ ସମାଜର ପଥ ପ୍ରଦର୍ଶକ । ସମସ୍ତ ସମସ୍ୟାର ସମାଧାନ ଶ୍ରୀମଦ୍ ଭଗବତ ଗୀତାରେ ରହିଛି ବୋଲି ସେ କହିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts