ads

Breaking News

ନବମ ଶ୍ରେଣୀ ଛାତ୍ରଙ୍କୁ କ୍ରୀଡ଼ା ଶିକ୍ଷକ ମାଡ଼ , ଥାନାରେ ଅଭିଯୋଗ


ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପତ୍ରାପାଲି ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ଶିବା ଭଏନା(୧୪)ଙ୍କୁ ପାଳ ଚିରିଥିବା ଅଭିଯୋଗରେ ସ୍କୁଲର ପିଇଟି ଶିକ୍ଷକ ମାଡ଼ ମାରିଥିବା  ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ତାର ବାପା ବନମାଳୀ ଭଏନା  ଅତାବିରା ଥାନାରେ ଅଭିଯୋଗ କରିଥିବାର ଜଣାପଡିଛି।ସୂଚନା ଯୋଗ୍ୟ ଯେ ଶିବା ମଙ୍ଗଳବାର ଦିନ ବର୍ଷା ହେବାରୁ ଛତା ନଥିବାରୁ ବାପାକୁ ମନା କରି ଦେଇ ସ୍କୁଲକୁ ଯାଇ ନଥିବାର ତାଙ୍କ ବାପା କହିଥିବାବେଳେ ବୁଧୁବାର ଦିନ ସ୍କୁଲକୁ ଶିବା ଯାଇଥିବା ବେଳେ ପିଇଟି ଶିକ୍ଷକ ପାଳ ଚିରିଥିବାର ଅଭିଯୋଗ କହି ବାଉଁଶ ବାଡ଼ି ରେ ନିର୍ଧୂମ ମାଡ ମାରିଥିଲେ  ।  ତାହା ପୁଣି ସମସ୍ତେ ଛୁଟି ଗଲାପରେ ବୋଲି ଛାତ୍ର  ଶିବା କହନ୍ତି। ମୁଁ ସ୍କୁଲକୁ ଆସିନଥିଲି ଓ ମୁଁ କେତେବେଳେ ପାଳ ଚିରିଛି ବୋଲି କହିଥିଲା। ପିଇଟି ଶିକ୍ଷକଙ୍କୁ କହିବା ପରେ ମଧ୍ୟ କିଛି ନଶୁଣି କହ ମୁଁ ଚିରିଛି ବୋଲି କହ ନହେଲେ ଛାଡ଼ିଵି ନାହିଁ କହି ମାଡ଼ ମାରି ଚାଲିଥିଲେ । ଯଦି ଚିରିଛି ବୋଲି କହିବୁ ତେବେ ତତେ ଛାଡ଼ିଦେବୁବୋଲି ନହେଲେ ମାଡ ମାରୁଥିଲେ ।  ପିଲାର ବାପା ବନମାଳୀ ଅତାବିରା ଥାନାରେ ଅଭିଯୋଗ ହୋଇଛି ।ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ଙ୍କୁ ଜଣାଇଥିଲେ ହେଁ ତାଙ୍କ ଦୋଷ ଲୁଚାଇଥିଲେ । ପିଲାଟି ପାଳ ଚିରି ନଥିବାର କହି ନେହୁରା ହୋଇ କହିଥିଲେ ହେଁ ମାଡ଼ ମାରିବା ସହ ଯା ଆଉ ସେମିତି ଭୁଲ କରିବୁ ନାହିଁ  କହିଥିଲେ ।ତେବେ ସରକାର  ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ କେବେଠାରୁ ପ୍ରଣୟନ କଲେଣି ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ଜୋତା,ମୋଜା,ମଧ୍ୟାହ୍ନ ଭୋଜନ ଓ ପାଠ୍ୟ ପୁସ୍ତକ ସହ ବିଭିନ୍ନ ପ୍ରକାରର ଯୋଜନା ମାନ ପ୍ରଣୟନ କରିଚାଲିଛନ୍ତି। ହେଲେ ତାହା କାଗଜ କଲମରେ ସୀମିତ ରହି ଯାଉଥିବାର ମନେ ହୁଏ। ସରକାରଙ୍କ "ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ" ଯେମିତି ପ୍ରହସନ ପାଲଟିଯାଇଛି  ଅତାବିରା ରେ । ତେବେ ଏନେଇ ଅତାବିରା ଥାନାରେ ଅଭିଯୋଗ ହୋଇଛି।ତେବେ ଦେଖିବାକୁ ବାକି ରହିଲା ଅତାବିରା ପୋଲିସ ଏଥିପ୍ରତି କଣ ପଦକ୍ଷେପ ନେଉଛି। ନା କୋମଳ ମତି ପିଲାଙ୍କୁ ମାଡ଼ ମାରି ଶିକ୍ଷା ଦାନ ଠାରୁ ଦୂରେଇ ରଖିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ଦେଖିବାକୁ ବାକି ରହିଲା । ଏ ଘଟଣା ସଠିକ ତଦନ୍ତ ନ ହେବା ପର୍ଯ୍ୟନ୍ତ ସାକ୍ଷୀଗୋପାଳ ନିଉଜ ଖବର ପ୍ରକାଶ କରିବ । ବରଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ନିବେଦନ କରିଛନ୍ତି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts