ads

Breaking News

ସୂର୍ଯ୍ୟ ମନ୍ଦିର ସଂରକ୍ଷଣକୁ ନେଇ ଜାତୀୟ ସ୍ତରୀୟ ବୈଠକ ଉଦ୍‌ଘାଟିତ


କୋଣାର୍କ ----- ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସାମ୍ପ୍ରତିକ ସ୍ଥିତି ଓ ସଂରକ୍ଷଧାରାକୁ ନେଇ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ କୋଣାର୍କ ସ୍ଥିତ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଦୁଇଦିନିଆ ଜାତୀୟ ସ୍ଥରୀୟ ବୈଠକ ଉଦ୍‌ଘାଟିତ ହୋଇ ଯାଇଛି । ଏହି ବୈଠକରେ ଏଏସଆଇର ମହାନିର୍ଦ୍ଦେଶକ ଉଶା ସର୍ମା, ସୂର୍ଯ୍ୟମନ୍ଦିର ବୈଷୟିକ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ  ପଦ୍ମଶ୍ରୀ ପ୍ରଫେସର ଜି.ସି. ମିତ୍ର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଜାତୀୟ ସଂଗ୍ରହାଳୟର ପୂର୍ବତ୍ତନ ନିର୍ଦ୍ଦେଶକ ଡ. ବି. ଆର. ମଣି, ଓଡିଶା ଉଚ୍ଚ ନ୍ୟାୟାଳୟର ଆମିକେଶ କିୟୁରୀ(କୋର୍ଟ ମିତ୍ର) ଇଂ ଏନ. କେ. ମହାନ୍ତି ପ୍ରମୁଖ ଯୋଗଦେଇ ସୂର୍ଯ୍ୟମନ୍ଦିର ସଂରକ୍ଷଣ ସମ୍ପର୍କରେ ସୁଚିନ୍ତିତ ମତାମତ ଦେଇଥିଲେ । ଏଏସଆଇର ପୂର୍ବାଞ୍ଚଳ ଆଞ୍ଚଳିକ ନିର୍ଦ୍ଦେଶକ ମଦନ ସିଂ ଚୌହାନ ଅତିଥି ପରିଚୟ ଓ ବୈଠକର ଉଦେଶ୍ୟ ସମ୍ପର୍କରେ ଅବଗତ କରାଇଥିବା ବେଳେ ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ସେସନରେ ଓ ଏଏସଆଇର ସହ ନିର୍ଦ୍ଦେଶକ, ଡ. ଏମ. ନାମ୍ବିରାଜନ, ଓଡିଶା ପ୍ରତ୍ନତାତ୍ତିକ ସୁପରିଟେଣ୍ଡେଣ୍ଟ ଡ. ବି.କେ.ରଥ, ଇଣ୍ଟାକର ସଚିବ ଦିବ୍ୟ ଗୁପ୍ତା, ଏଏସଆଇର ବୈଷୟିକ ନିର୍ଦ୍ଦେଶକ ରାମଜି ନିଗମ ଓ ବୈଷୟିକ ବିଶେଷଜ୍ଞ ଶିଳ୍ପା ରାଟୁରୀ ଏବଂ ଡ. ଅରୁଣ ମେନନ ସମେତ ଏଏସଆଇ, ସୂର୍ଯ୍ୟମନ୍ଦିର ବୈଷୟିକ ବିଶେଷଜ୍ଞ କମିଟି, ଟେକନିକାଲ ଏକ୍ସପର୍ଟ କମିଟି, ସିବିଆରଆଇ, ରୁରକିର, ଇଣ୍ଟେକ ବରିଷ୍ଠ ଅଧିକାରୀମାନେ ଯେଗଦେଇ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ସମ୍ପର୍କିତ ଆଲୋଚନା ଚକ୍ରରେ ଭାଗନେଇଥିବା ବେଳେ ସୂର୍ଯ୍ୟ ମନ୍ଦିରର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ କ୍ଷେତ୍ର ପରିଦର୍ଶନ କରିବା ସହ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ କାର୍ଯ୍ୟ ଆଗକୁ କିପରି ତ୍ୱରାନିତ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
 କୋଣାର୍କରୁ ଅଜିତ କୁମାର ମଲିକ

ads

Blog Archive

Popular Posts