ads

Breaking News

ମରଣକୁ ନିମନ୍ତ୍ରଣ କରୁଛି ଗର୍ତ୍ତ...


.
ବରଗଡ଼ ---  ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ପତ୍ରାପାଲି-ରେମଣ୍ଡା ଯିବା କେନାଲ ରାସ୍ତାରେ ଦୀର୍ଘ ବର୍ଷରୁ ଛୋଟ ବଡ଼  ଗର୍ତ୍ତ ସୃଷ୍ଟି ହୋଇଛି । ଯାହା ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି। ସକାଳ ପାହିଲେ ଏହି ରାସ୍ତା ଦେଇ ବିଭିନ୍ନ ଅଞ୍ଚଳର ଲୋକେ ତଥା ଚାଷୀମାନେ ପନିପରିବା ନେବା ଆଣିବା କରିଥାନ୍ତି।  ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ଯିବାଆସିବାରେ ନାହିଁ ନଥିବା ଅସୁବିଧା  ସାଙ୍ଗକୁ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି । ଯାହା ଆଜି ଦେଖିବାକୁ ମିଳିଥିଲା ଯେ ଅପରାହ୍ନ ରେ ରେମଣ୍ଡା ପଟୁ ପତ୍ରପାଲି ପଟକୁ କୋଚିଂ ପାଇଁ ଯୁକ୍ତ ୩ପ୍ରଥମ ବର୍ଷ କଳା ଛାତ୍ର ଠାକୁର ପ୍ରସାଦ ଖମାରୀ ସାଇକେଲ ଯୋଗେ ଆସୁଥିବା ସମୟରେ ଗର୍ତ୍ତରେ ପଡି ଅଳ୍ପକେ ବର୍ତିଯାଇଥିଲେ।  ଏହି ଗର୍ତ୍ତଟି କେତେ ଲୋକଙ୍କୁ ଆଘାତ କରୁଛି ତାହା କହି ହେବନି।ଏଣୁ ତୁରନ୍ତ ବିଭାଗୀୟ ତଥା ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ପାଇଁ ଅଞ୍ଚଳରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts