ads

Breaking News

ପୁରୀ ରେ ନକଲି ନୋଟ କାରବାର


ପୁରୀ------ ପୁରୀ ରେ ନକଲି ନୋଟ କାରବାର ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଏକ ତେଜରାତି ଦୋକାନରୁ ଜନିଷ କିଣିବା ପରେ ନକଲି ଶହେ ଟଙ୍କିଆ ନୋଟ ଦେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ମଙ୍ଗଳବାର ପୁରୀ ବାଲି ସାହି ରେ  ତେଜରାତି ଦୋକାନ କରିଥିବା କିରଣ କୁମାର ଗୁହା ଙ୍କ ଦୋକାନରୁ ଜଣେ ମହିଳା ଷାଠିଏ ଟଙ୍କା ର ସାମଗ୍ରୀ କିଣିଥିଲେ। ଉକ୍ତ ମହିଳା ଏଥିପାଇଁ ଶହେ ଟଙ୍କା ଦେଇ ଥିଲେ। ତେବେ ପରବର୍ତ୍ତୀ ସମୟ ରେ ଉକ୍ତ ଶହେ ଟଙ୍କା କୁ ନେଇ କିରଣ ଗୁହା ଙ୍କ ସନ୍ଦେହ ହୋଇ ଥିଲା। ପରେ ସେ ଦେଖିଥିଲେ ଯେ ନୋଟ ରେ ଥିବା ଧଳା ଜାଗା ରେ ମହାତ୍ମାଗାନ୍ଧୀ ଚିତ୍ର ଓ ନୋଟ ରେ ରହୁଥିବା ସୁରକ୍ଷା ଲାଇନ ମଧ୍ୟ ନାହିଁ। ଶହେ ଟଙ୍କାଟି ନକଲି ଜଣାପଡିବା ପରେ କିରଣ ଗୁହା ସଙ୍ଗେ ସଙ୍ଗେ ପୁରୀ ଟାଉନ ଥାନା ରେ ଅଭିଯୋଗ  କରିଛନ୍ତି। ଅନ୍ୟପଟେ ପୁରୀ ସହରରେ ନକଲି ନୋଟ କାରବାର ପଛରେ କାହାର ହାତ ଅଛି ପୋଲିସ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି । 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts