ads

Breaking News

ଆଖଣ୍ଡଳମଣୀ ପରିବା ବ୍ୟବସାୟୀ ସଂଘର ୭ମ ବାର୍ଷିକ ଉତ୍ସବ ପାଳିତ

କୁଜଙ୍ଗ----  ଆଖଣ୍ଡଳମଣି ପରିବା ବ୍ୟବସାୟୀ ସଂଘ କୁଜଙ୍ଗର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାବା ଆଖଣ୍ଡଳମଣୀ ମେଳା ଏବଂ ସଫେଇ କାର୍ଯ୍ୟକ୍ରମ ଓ ଭଜନ କିର୍ତ୍ତନ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଛି । ପ୍ରଭାତରୁ  ଆଖଣ୍ଡଳମଣୀ ମେଳା ନିମନ୍ତେ ମହାନଦୀରୁ ଘଟ କଳସ ଶୋଭା ଯାତ୍ରାରେ ବଜାର ପରିକ୍ରମା କରାଯାଇଥିଲା । ଏହି ଶୋଭା ଯାତ୍ରାରେ ସଂକୀର୍ତ୍ତନ, ଲଉଡି, ସିଙ୍ଘବାଦ୍ୟ ଇତ୍ୟାଦି ପରିବେଶଣ କରାଯାଇଥିଲା । ପରିବା ବ୍ୟବସାୟୀ ସଂଘର ସଭାପତି ଶିଶିର ନାୟକ, କ୍ଷିରୋଦ କୁମାର ନାଥ, ଶମ୍ଭୁ ନାଥ, ଗୋପି ରାଉତ, ଫକିର ଅଧିକାରୀ, ସନାତନ ରାଉତ, ବୁଲୁ ବାରିକ, ସୁମନ୍ତ ରାଉତ, ଧିରେନ୍ଦ୍ର କୁମାର ପାଣୀ, ବିଭୁତି ସ୍ୱାଇଁ, ଜଗବନ୍ଧୁ ରାଉତ, ନିକୁଞ୍ଜ ସ୍ୱାଇଁ ପ୍ରମୁଖ ସମସ୍ତ ପରିବା ବ୍ୟବସାୟୀଙ୍କ ତତ୍ୱାବଧାନରେ ଏହି ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts