ads

Breaking News

ଶ୍ରୀଶ୍ରୀ ବାଲିକପିଲେଶ୍ୱର ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଡେଲାଙ୍ଗ---- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଆରଦା ଗ୍ରାମରେ ଶ୍ରୀଶ୍ରୀ ବାଲି  କପିଲେଶ୍ୱର ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସହିତ ଚାରିଦିନ ବ୍ୟବି ବିଶ୍ଵଶାନ୍ତି ମହାଯଜ୍ଞ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ମହାରଥୀ  ଯୋଗ ଦେଇ ପ୍ରଭୁଙ୍କର ଆଶିର୍ବାଦ ଭିକ୍ଷା କରିଥିଲେ ।  ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଭକ୍ତ ମାନଙ୍କୁ ଶ୍ରୀ ମହାରଥୀ  ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦେବାଶିଷ ନନ୍ଦ, ଅଭୟମୁଖୀ ସରପଞ୍ଚ ଶ୍ରୀ ପ୍ରସନ୍ନ ପରିଡା  ଉପସ୍ଥିତ ରହିଥିଲେ । ଚାରିଦିନ ବ୍ୟାପି ହେଉଥିବା ଏହି କାର୍ଯ୍ୟ ଆସନ୍ତା 26 ତାରିଖରେ ଶେଷ ହେବ। ଏହି କାର୍ଯ୍ୟ କ୍ରମକରେ ସ୍ଥାନୀୟ   ଗ୍ରାମବାସୀମାନେ ସହଯୋଗ କରୁଥିବାରୁ ତାଙ୍କୁ ଆରଦା ବିକାଶ ପରିଷଦର ସମ୍ପାଦକ ଶ୍ରୀ ଧନେଶ୍ୱର ସ୍ୱାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ପୂର୍ଣାହୁତୀ ଦିନ ପ୍ରଭୁଙ୍କ ଆଶିର୍ବାଦ ଗ୍ରହଣ କରିବା ସହିତ ପ୍ରସାଦ ସେବନ ପାଇଁ ଆରଦା ବିକାଶ ପରିଷଦର ସମସ୍ତ ସଭ୍ୟ ମାନଙ୍କୁ ଓ ଶ୍ରଦ୍ଧାଳୁମାନଙ୍କୁ  ନିବେଦନ କରାଯାଇଛି ।
 ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts