ads

Breaking News

ଓଡ଼ଗାଁ ବ୍ଳକରେ କୃଷି ମନ୍ତ୍ରୀଙ୍କ ଓଏସଡିଙ୍କ ବିଭିନ୍ନ ପଞ୍ଚାୟତ ଗସ୍ତ




ଓଡ଼ଗାଁ--- ନୟାଗଡ଼ ଜିଲ୍ଲାରେ ଅରୁଣ ସାହୁ ମନ୍ତ୍ରୀଙ୍କର ଓଏସଡି (ଅଫିସର ଅନ ସ୍ପେଶାଲ ଡ୍ୟୁଟି) ଦେବାଷିଶ ପଟ୍ଟନାୟକ ବିଭିନ୍ନ ପଞ୍ଚାୟତ ଗସ୍ତ କରିଛନ୍ତି । ଉକ୍ତ ପଞ୍ଚାୟତ ଗୁଡିକ ହେଲା ଆରଡା, ପନ୍ତିଖାରି, ରଂଗଣିପାଟଣା, କୋମଣ୍ଡ, ରୋହିବା ଆଦି  ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।  ଅଧୁରା ରହିଥିବା କାର୍ଯ୍ୟ ସମ୍ପକରେ ସିଧାସଳଖ ଜନପ୍ରତିନିଧିମାନଙ୍କ  ସହ ଆଲୋଚନା କରି ତାହାର ବିସ୍ତୃତ ବିବରଣୀ ନେଇଥିଲେ । ଗ୍ରାମପଞ୍ଚାୟତ ଗୁଡିକୁ ରାଜ୍ୟ ବା କେନ୍ଦ୍ର ସରକାର ଦେଉଥିବା ଅର୍ଥରାଶି ସଠିକ ଉପାୟରେ ବିନିଯୋଗ ହେଉଛି କି ନାହିଁ ତାହା ପୁଙ୍ଖାନୁପୁଙ୍ଖ ଭାବେ ଦେଖିଥିଲେ। ପରିଶେଷରେ ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରତି ଗ୍ରାମପଞ୍ଚାୟତର ପାନୀୟ ଜଳଯୋଗାଣ ସଠିକ ଭାବେ ଚାଲିଛି କି ନାହିଁ ସେ ବିଷୟରେ ମଧ୍ୟ ବିଡ଼ିଓ ଏବଂ ଗ୍ରାମ୍ୟ ଏବଂ ଜଳଯୋଗାଣ ଯନ୍ତ୍ରୀଙ୍କ ଉପସ୍ଥିତିରେ  ଆଲୋଚନା କରିଥିଲେ ।କାଲି ମଧ୍ୟ ସେ ବିଭିନ୍ନ ପଞ୍ଚାୟତ ଗ୍ରସ୍ତ କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।
 ଓଡ଼ଗାଁ ରୁ ଅର୍ଜୁନ ସାହୁ

ads

Blog Archive

Popular Posts