ads

Breaking News

ତିନି କ୍ୟୁଣ୍ଟାଲ ଗୋ ମାଂସ ଜବତ,୩ଯୁବକ କୋର୍ଟ ଚାଲାଣ


 N Das
Baragarh
  ବରଗଡ଼ ---- ଅତାବିରା ବ୍ଲକ ଲରାସରା ପଞ୍ଚାୟତ ଠେଲକୋ ଡୁଙ୍ଗରି ଠାରେ ୩ଜଣ ଯୁବକ ମନ୍ଦର ମିରିଗ(୪୬),ଶଙ୍କର ଭଗର(୪୯),ବିଷ୍ଣୁ ବାରିକ(45),ଡିଲେ ରୋହୀଦାସ(୮୦) ଙ୍କୁ ଅତାବିରା ପୋଲିସ ଗିରଫ କରିଛି । ଗତକାଲି ଶ୍ରୀ ଦାସ ତାଲପଦର ଟିକ୍ରାର ଉଭୟ ତିନି ଜଣଙ୍କୁ ନିଜ ଘରକୁ ଡକାଇ ନିକଟସ୍ଥ ଏକ ଖଳାରେ ଗୁପ୍ତ ଭାବେ ଗାଈ କୁ କାଟିଥିଲେ । ଗାଇ ମାଂସ ଅନ୍ୟ ଆଡ଼କୁ ପଠାଇବା ଯୋଜନା କରିଥିଲେ ।  କିଛି ଗୋ ମାଂସ ନିଜ ଘରେ ରଖିଥିଲେ ।କିଛି ଲୋକଙ୍କ ଠାରୁ ଖବର ପାଇ ପୋଲିସ ଉକ୍ତ ସ୍ଥାନକୁ ପହଞ୍ଚି ଏହି ଚାରିଜଣଙ୍କୁ କାବୁ କରିଥିଲେ।ଘଟଣା ସ୍ଥଳରେ ସମ୍ପୁର୍ଣ୍ଣ ଗୋ ମାଂସକୁ ଓଜନ କରିବାପରେ ୩କ୍ୟୁଣ୍ଟାଲ ରୁ ଅଧିକ ଥିବା ଜଣା ପଡ଼ିଛି।ଏହା ପରେ ଏହି ଚାରିଜଣକୁ ଅତାବିରା ପୋଲିସ କୋର୍ଟ ଚାଲାଣ କରଥିବାର ଜଣା ପଡ଼ିଛି। ହେଲେ ସୂଚନାଯୋଗ୍ୟ  ଯେ,ଦିନକୁ ଦିନ ଅତାବିରା ଥାନା ଅଞ୍ଚଳରେ ଚୋରି ଡକାୟତି ସହ ଏପରି ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଇବାରେ ଲାଗିଛି। ହେଲେ ପ୍ରଶାସନ ସ୍ଥାଣୁ ପାଲଟିଛି ବୋଲି ବୁଦ୍ଧିଜୀବୀମାନେ କହନ୍ତି ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts