ads

Breaking News

ଲରମ୍ଭା ମହାବିଦ୍ୟାଳୟ ରାଜନୀତି ବିଜ୍ଞାନର ଏକ ଆଲୋଚନା ଚକ୍ର ଅନୁଷ୍ଠିତ


 N das
Baragarh
 ବରଗଡ଼----   ବରଗଡ଼ ଜିଲ୍ଲା ଅତାବିରା ଲରମ୍ଭା ମହାବିଦ୍ୟାଳୟ ଲରମ୍ଭା ଠାରେ ରାଜନୀତି ବିଜ୍ଞାନର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।  ଲରମ୍ଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ନରେନ୍ଦ୍ର କୁମାର ବେହେରା ଆଲୋଚନା ଚକ୍ରରେ ସଭାପତିତ୍ୱ କରିଥିଲେ। ଆଲୋଚକ ଭାବେ ପ୍ରଫେସର ଡ଼ଃ ଡମ୍ବରୁ ଧର ପଟନାୟକ ଯୋଗ ଦେଇଥିଲେ। ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ରତନ କୁମାର ଶର୍ମା ସଂଯୋଜନା  କରିଥିଲେ।ବିଭାଗର ଅନ୍ୟାନ୍ୟ ଅଧ୍ୟାପକ ମାନଙ୍କ ମଧ୍ୟରେ ସୁନିଲ କୁମାର ପ୍ରଧାନ,ଗଣେଶ ସିଂ,ଦିବ୍ୟାଭାରତୀ ନାଏକ,ନନ୍ଦିନୀ ଝାଙ୍କର ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।ମହା ବିଦ୍ୟାଳୟର ଅଧ୍ୟପାକ ଡ଼ଃ ଦିଗାମ୍ବର ଚାନ୍ଦ,ଡ଼ଃ ଅଜିତ କୁମାର ନାଥ,ମୁକୁନ୍ଦ ଚରଣ ରଥ ଉପସ୍ଥିତ ଥିଲେ।ଆଲୋଚନାର ବିଷୟ ଥିଲା 'ଜାତୀୟ ସମସ୍ୟା' ।ବିଭାଗର ଛାତ୍ର ଅଭିଷେକ ପ୍ରଧାନ,ଅଙ୍କୁଶ ପତି, ତାପସ ଦେବତା,ବର୍ଷାରାଣୀ ଦାଶ,ଚନ୍ଦନ ମାଝୀ, ହେମାଲାଲ ପମୁଖ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts