ads

Breaking News

ବିକାଶ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଟ୍ରେନରେ କଟି ଛାତ୍ରର ମୃତ


ବରଗଡ଼;- ବଲାଙ୍ଗୀର ରୁ ବରଗଡ଼ ଅଭିମୁଖେ ଇସ୍ପାତ ଟ୍ରେନରେ ଘରୋଇ ବିକାଶ ସ୍କୁଲର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଆୟୁସମାନ ଯଶୋବର୍ଦ୍ଧନ ଆରୀୟନ(୧୮)ଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି। ଆଜି ସକାଳ ୧୦ଟା ସମୟରେ ବରଗଡ଼ ରେଲୱେ ଷ୍ଟେସନରୁ ମାତ୍ର କିଛି ଦୂରରେ ଥିବା ଗୁଆଲା ପଡା ତଥା ୬୦୪/୦୧ ରୁ ୦୨ ମଧ୍ୟରେ ଛାତ୍ର ଆୟୁସମାନ ଙ୍କ କ୍ଷତ ବିକ୍ଷତ ମରଶରୀର ପଡିଥିଲା । ରେଳବାଇ କର୍ମଚାରୀ ମାନେ ଦେଖି  ବରଗଡ଼ ଷ୍ଟେସନ ତଥା ରେଲୱେ ପୋଲିସକୁ ଖବର ଦେଇଥିଲେ।ଘଟଣାସ୍ଥଳକୁ ରେଲୱେ ପୋଲିସ ପହଞ୍ଚି ତଦନ୍ତ କରିବା ବେଲେ ମୃତ ଛାତଙ୍କ ପାଖରୁ ମୋବାଇଲ ଫୋନ,ଆଧାର କାର୍ଡ,ଟ୍ରେନ ଟିକଟ ,ହାତ ଘଣ୍ଟା ଓ ସ୍କୁଲ ୟୁନିଫର୍ମ ରୁ ବିକାଶ କଲେଜର ଛାତ୍ର ବୋଲି ଜଣାପଡିଛି । ସ୍କୁଲ କର୍ତ୍ତୃପକ୍ଷ ତଥା ଆଧାର କାର୍ଡ଼ରୁ ତାଙ୍କ ପରିବାର ବର୍ଗଙ୍କୁ ସୂଚନା ଦିଆଯାଇଥିଲା । ଏହାପରେ ପରିବାର ବର୍ଗଙ୍କ ଉପସ୍ଥିତିରେ ରେଲୱେ ପୋଲିସ ମୃତ ଶରୀର କୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇଦେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।କିନ୍ତୁ ଘଟଣାକୁ ନେଇ ଜନସାଧରଣରେ ଅସନ୍ତୋଷ ଦେଖାଦେଇଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଛାତ୍ର ଜଣକ ଷ୍ଟେସନରୁ ଓଲ୍ହାଇ କଲେଜ କୁ ନଯାଇ ଷ୍ଟେସନର ଆଗକୁ ନିଛାଟିଆ ସ୍ଥାନରେ କିପରି ପହଞ୍ଚିଲେ । ଛାତ୍ରଙ୍କ ମାନସିକ ସ୍ଥିତି ଠିକ ଥିଲା ନାଁ ନାହିଁ,ସେ ଆତ୍ମହତ୍ୟା କଲେ ନାଁ ଟ୍ରେନରୁ ଡେଉଁଥିଲେ ଓ କାହିଁକି ଡେଉଁଥିଲେ ତାହା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚି ସୃଷ୍ଟି ହେଉଛି।କାରଣ  ବିଗତ ଦିନରେ ମଧ୍ୟ ବିକାଶ କଲେଜ ର ଜଣେ ଛାତ୍ର ହଷ୍ଟେଲ ରୁମ ଭିତରେ  ରସି ଲଗାଇ ଆତ୍ମହତ୍ୟା କରିଥିଲେ।ତେବେ ଏହା ଦୁର୍ଘଟଣା ନାଁ ଆତ୍ମହତ୍ୟା ତାହା ସଠିକ ତଦନ୍ତ ହେଲେ ଜଣାପଡିବ ବୋଲି ଜନସାଧାରଣରେ ଆଲୋଚନା ହେଉଛି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts