ads

Breaking News

ପୁରୁଣା ଡାକ୍ତରଖାନା ରୁ ନୂତନ ଡାକ୍ତରଖାନାକୁ ନିଶୁଳ୍କ ବସ ସେବା.


 N Das
Baragarh 

 ବରଗଡ଼---  ବରଗଡ଼ ଜିଲ୍ଲା ମଧ୍ୟରେ ରହିଥିବା ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଭଟଲି ବ୍ଲକ ସ୍ଥିତ ଟୁକୁଲ୍ଲା ନୂତନ ମୁଖ୍ୟ ଡାକ୍ତରଖାନାକୁ ନିଶୁଳ୍କ ବସ ସେବା ଆରମ୍ଭ ହୋଇଯାଇଛି। ଡ଼ିପିଏମ ଶଙ୍କର ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ବିଭୁତି ଭୂଷଣ ମେହେରଙ୍କ ସହ ଅନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ତଥା କର୍ମଚାରୀ ପ୍ରମୁଖ ବସ ସେବା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ବସ ସେବା ଆରମ୍ଭ ହେବା ଦ୍ୱାରା ରୋଗୀ ଏବଂ ସେମାନଙ୍କ ଆଟେଣ୍ଡାଣ୍ଟ ଏଣିକି ବିନା ବସ ଭଡାରେ ପୁରୁଣା ଜିଲ୍ଲା ଡାକ୍ତରଖାନାରୁ ନୂତନ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ଯିବା ଆସିବା କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts