ads

Breaking News

ଗଁପୁରରେ ସହିଦ ଦିବସ ପାଳିତ

ବେଗୁନିଆ---  ବେଗୁନିଆ ବ୍ଲକ ସିମୋର ପଞ୍ଚାୟତ ଅନ୍ତର୍ଗତ ଗଁପୁର ଗ୍ରାମସ୍ଥିତ ଗାନ୍ଧୀ ଚିନ୍ତା ଓ ଚେତନା ପ୍ରଚାର ମଞ୍ଚ ପକ୍ଷରୁ ସ୍ଥାନୀୟ ଗାନ୍ଧୀସ୍ମୃତି ପୀଠରେ ସହିଦ ଦିବସ ପାଳିତ ହୋଇ ଯାଇଛି । ଏ ନେଇ ଗୁରୁବାର ସକାଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୨ ତମ ମହାପ୍ରୟାଣ ଦିବସ ଅବସରରେ  ଅଞ୍ଚଳର ବହୁବୁଦ୍ଧିଜୀବୀ ଓ ଗାନ୍ଧୀପ୍ରେମୀ ଏକାଠି ହୋଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଗାନ୍ଧୀଙ୍କ  ପ୍ରିୟ ଭଜନ ବୈଷ୍ଣବ ଜନତୋ ଭଜନ, ସର୍ବଧର୍ମ ପ୍ରାର୍ଥନା ପରିବେଷଣ କରାଯାଇଥିଲା ।ଏ ନେଇ ଶିକ୍ଷାବିତ୍ ହରିବନ୍ଧୁ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାର ପ୍ରାରମ୍ଭରେ କାର୍ଯ୍ୟକ୍ରମ ସଂଯୋଜକ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ସ୍ୱ ରଚିତ ଶ୍ରଦ୍ଧାଞଳି ସଙ୍ଗୀତ ଗାନ କରିଥିଲେ । ସଭ୍ୟ ଦିବ୍ୟସିଂହ ରଣା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେଇଥିଲେ ।  ଏଥିରେ ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ମୁଖ୍ୟ ଅତିଥି,ଆରିକମା ହୋମିଓପାଥି ଚିକିତ୍ସାଳୟର ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟବକ୍ତା,ସମାଜସେବୀ ସୁବାସ ଚନ୍ଦ୍ର ପାତ୍ର ଓ ଗାନ୍ଧୀବାଦୀ ଡଃ କୁଳମଣି ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସାଂପ୍ରତିକ ସମାଜରେ ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ବର୍ଷିୟାନ ଗାନ୍ଧୀବାଦୀ  ମଦନମୋହନ ମାର୍ଥାଙ୍କୁ ଅତିଥିମାନେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭାକୁ ସମାଜସେବୀ ବ୍ରଜବନ୍ଧୁ ପଣ୍ଡା,ରାଜୀବ ଲୋଚନ ରଣା,ସହଦେବ ସାହ ୁଓ ମଦନ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଧୁଡୁକି ବାଦକ ସଞୟ କୁମାର ମହାନ୍ତି ଉଦ୍‌ଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ସଭ୍ୟ ପାର୍ଥ ସାରଥି ପ୍ରସାଦ ସେଠୀ ଧନ୍ୟବାଦ ଦେଇଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts