ads

Breaking News

ହନୁମାନ ମନ୍ଦିରରେ ରୋଷଘର ପାଇଁ ଶିଳାନ୍ୟାସ କଲେ ବିଧାୟିକା


 N Das
Baragarh 
 ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ସରକାରୀ ଡାକ୍ତରଖାନା ପରିସରରେ ଥିବା ହନୁମାନ ମନ୍ଦିର ଠାରେ ରୋଷ ଘରର ଶିଳାନ୍ୟାସ  ହୋଇଯାଇଛି । ବହୁ ଦିନ ଧରି ଏକ ରୋଷ ଘର ପାଇଁ ଦାବି ହୋଇ ଆସୁଥିଲା । ଏହି ଶୁଭ ଶିଳାନ୍ୟାସଟି ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଦ୍ଵାରା ହୋଇଥିବାବେଳେ ଏନଏସି ଅଧ୍ୟକ୍ଷା ଦୀପାଞ୍ଜଳି ଭୋରାସାଗର,ଉପାଧ୍ୟକ୍ଷ ଜ୍ୟୋତିର୍ମୟୀ ଦାଶ,ବିଜେଡିର ସମ୍ବଲପୁର ଜୋନ ଭାଇସ ପ୍ରେସିଡେଣ୍ଟ ଟଙ୍କ ଦାଶ,ବହୁ  ବିଜେଡି କର୍ମୀ ତଥା ୱାର୍ଡ କାଉନସିଲର ମାନେ ଯୋଗଦେଇ ଥିଲେ।ଏଥିରେ ହନୁମାନ ମନ୍ଦିର କମିଟି ତଥା ସ୍ଥାନୀୟ ବାସିନ୍ଦା ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts