ads

Breaking News

ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲରେ ୭୧ତମ ଗଣତନ୍ତ୍ର ଦିବସ ପାଳନ



   ସମ୍ବଲପୁର------ ସମ୍ବଲପୁର ଜିଲ୍ଲା  ତଥା ପଶ୍ଚିମ ଓଡିଶାର ସର୍ବ ପୁରାତନ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରେ ୭୧ତମ ଗଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦୀପ୍ତ କୁମାର ସା ମୁଖ୍ୟ ଅତିଥିରୁପେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡ଼ ଅଭିବାଦନ ଗ୍ରହଣ କରିଥିଲେ। ମୁଖ୍ୟଅତିଥି ଛାତ୍ରଛାତ୍ରୀ,ଅଭିଭାବକ ଅଭିଭାବିକା ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବିଧାନର ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।   ନିଜ କର୍ତ୍ତବ୍ୟକୁ ନିଜେ ସୁଚାରୁରୂପେ ପାଳନ କଲେ ବିଦ୍ୟାଳୟ ତଥା ଦେଶର ଉତ୍ତରୋତ୍ତର ଉନ୍ନତି ହେଇପାରିବ ବୋଲି ବାର୍ତ୍ତା ପ୍ରଦାନ କରିଥିଲେ।ଏହାପରେ ଛାତ୍ରୀମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୧୨ଟି ଗ୍ରୁପରେ ବିଭକ୍ତ ହୋଇ ପରେଡ଼ ପରିବେଷଣ କରି ଜାତୀୟ ପତାକାକୁ ସମ୍ବାନୀତ କରିଥିଲେ।ଏଥିରେ ସମସ୍ତ ଛାତ୍ରଛାତ୍ରୀ,ଅଭିଭାବକ ଅଭିଭାବିକା, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts