ads

Breaking News

ଆଶ୍ରମ ନାମରେ ଯୌନ ନିର୍ଯ୍ୟାତନା ; ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ


ବରଗଡ଼-  ବରଗଡ଼ ଜିଲ୍ଲା ଚକରକେନ୍ଦ ମାତୃଛାୟା ଓ ବାନପ୍ରସ୍ଥ ଶାନ୍ତି ତପୋବନ ଆଶ୍ରମରେ ଯୁବତୀ ଓ ବିବାହିତା ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ପଦାକୁ ଆସିଛି। ଆଉ ଏହି ଯୌନ ନିର୍ଯ୍ୟାତନା ଦେବା ସହ ମହିଳାଙ୍କ ନଗ୍ନ ଭିଡିଓ ଉତ୍ତୋଳନ କରି ସେମାନଙ୍କୁ ଅନ୍ୟତ୍ର ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ଘଟଣାକୁ ନେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କଠାରେ ସଙ୍ଗୀନ ଅଭିଯୋଗ କରିଛନ୍ତି ଜଣେ ଯୁବତୀଙ୍କ ସହ ଦୁଇ ଜଣ ବିବାହିତା ମହିଳା । ଅଭିଯୋଗ ପାଇବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ସେପଟେ ମହିଳା ଓ ଯୁବତୀମାନେ ଆଶ୍ରମରୁ ଫେରାର ହୋଇଯାଇଥିବା ବେଳେ ଆକ୍ରୋଷ ମନୋଭାବ ନେଇ ଆଶ୍ରମକୁ ବଦନାମ କରିବା ପାଇଁ ମିଥ୍ୟା ଅଭିଯୋଗ ଆଣିଛନ୍ତି ଏବଂ କୌଣସି ମହିଳା କିମ୍ବା ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇନାହିଁ କି ଅଭିଯୋଗ କୌଣସି ସତ୍ୟତା ନାହିଁ ବୋଲି ଆଶ୍ରମର ସମ୍ପାଦକ ସଫେଇ ଦେଇଛନ୍ତି ।  ମହିଳାଙ୍କ ଅଭିଯୋଗ ପରେ ଡିସିପିଓ, ଏଡିଏସଡବ୍ଲ୍ୟୁ, ଓ ଏଏସପିଙ୍କୁ ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଠୋସ ପ୍ରମାଣ ମିଳିବା ପରେ ଆଶ୍ରମ କତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରଗଡ଼ ଏଡିଏମ କହିଛନ୍ତି । ଅନ୍ୟପଟେ ମହିଳା ଓ ଯୁବତୀମାନେ ଆଶ୍ରମରୁ ଫେରାର ହୋଇଯିବା ଯୌନ ନିର୍ଯ୍ୟାତନା ଘଟଣାକୁ ନେଇ ଜିଲ୍ଲାରେ ବୁଦ୍ଧିଜୀବି ଓ ସଚେତନ ନାଗରିକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।  ପ୍ରକୃତରେ କିଏ ସତ କହୁଛି ତାହା ଲୋକାଲୋଚନକୁ ଆଣିବା ପାଇଁ ପୋଲିସ ଓ ପ୍ରଶାସନକୁ  ଚ୍ୟାଲେଞ୍ଜ ହୋଇଛି ।  
 ବରଗଡ଼ରୁ ନବୀନ ଦାଶ ଙ୍କ ରିପୋର୍ଟ

ads

Blog Archive

Popular Posts