ads

Breaking News

ଶାନ୍ତି , ସଂହତି ଓ ସଦ୍‌ଭାବନା ସହଯାତ୍ରୀଙ୍କୁ ବେରବୋଇରେ ଭବ୍ୟ ସମ୍ବର୍ଦ୍ଧନା

ଡେଲାଙ୍ଗ ------ ଝାରସୁଗୁଡାରୁ  ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋକୁ ବାହାରିଥିବା ଶାନ୍ତି, ସଂହତି ଓ ସଦ୍‌ଭାବନା ସହଯାତ୍ରୀଙ୍କୁ ମହାତ୍ମା ଗାନ୍ଧୀଙ୍କ  ତିରୋଧାନ ଦିବସରେ ବେରବୋଇ ଗାନ୍ଧୀ ପୀଠରେ ସହଯାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ବେରବୋଇ ଗାନ୍ଧୀ ସ୍ମରକୀ ସମିତି ଓ କସ୍ତୁରବା ଗ୍ରାମ ସେବା କେନ୍ଦ୍ର ପକ୍ଷରୁ ପ୍ରଭାତ ଫେରି, ପ୍ରତୀକ ଗ୍ରାମ ସଫେଇ କରାଯିବା ସହ  ପ୍ରତିମୂର୍ତ୍ତିରେ ସୁତି, ପୁଷ୍ପ, ଧୂପ ପ୍ରଦାନ କରାଯାଇଥିଲା । ପରେ ପରେ ବହ୍ମେଶ୍ୱର ପୋଖରୀରେ  ଯୋଗ ଦେଇଥିବା ଅତିଥି ମାନେ ତିଳତର୍ପଣ କରିଥିଲେ ।  ଏକ  ସର୍ବଧର୍ମ ପ୍ରାର୍ଥନା ସଭା କରାଯାଇଥିଲା ।  ଗାନ୍ଧୀ ସ୍ମାରକି ସମିତିର ସଭାପତି  ବିଚିତ୍ରାନନ୍ଦ ମହାନ୍ତି, ସମ୍ପାଦକ, ଚନ୍ଦ୍ର ଶେଖର ବିଶ୍ୱାଳ,  ପ୍ରଫୁଲ ନାୟକ, ସମ୍ବକାର ଗୌରାଙ୍ଗ ପରିଡା,  କବିତା ରାଣି ପରିଡା,  ଡ. ପ୍ରସନ୍ନ ପାଟ୍ଟଶାଣୀ, ଶିଶୁ ସୁରକ୍ଷା ଆୟୋଗ  ସୁଶ୍ରୀ  ସଂଧ୍ୟାବତୀ ପ୍ରଧାନ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଶଙ୍କର  ପରିଡା, କବି ଶଶାଙ୍କ ଚୁଡାମଣି, ଡ. କ୍ଷେତ୍ରବାସୀ ପ୍ରଧାନ, ଅଧ୍ୟାପକ ତ୍ରିନାଥ ପରିଡା , ଶିକ୍ଷାବିତ୍ତ ବଟକୃଷ୍ଣ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ସହଯାତ୍ରୀ ଦଳରେ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକି ଟ୍ରଷ୍ଟର ସଦସ୍ୟ ଡ, ବିଶ୍ୱଜିତି, ରାଜ୍ୟ ସହ ସଂଯୋଚକ ମାନସ ପଟ୍ଟନାୟକ, ରାଜ୍ୟ ସଂଯୋଜକ ସୂର୍ଯ୍ୟନାରାୟଣ ନାଥ, ରାଷ୍ଟ୍ର ସମିତିସଦସ୍ୟ ରଣଜିତ ଦେହୁରୀ, ତ୍ରିଲୋଚନ ମଲ୍ଲ, ବିକ୍ରମ ପଣ୍ଡା, ମାମାଲି ଗଡନାୟକ, ପ୍ରଜ୍ଞା ବେହେରା, ସୁଦାମ ମିତ୍ର ରାଜୀବ ଗାନ୍ଦୀ ଫାଉଣ୍ଡେସନ, ମନୋଜ ମିଶ୍ର ରରାଜୀବ ଗାନ୍ଧୀ ରାଜ୍ୟ ସେଂଂଯାଜକ ପ୍ରମୁଖ ଏହି ସହଯାତ୍ରୀ ଦଳରେ ସାମିଲ ହୋଇଛନ୍ତି । ଗାନ୍ଧୀଙ୍କ ନୀତି ଓ ଆଦର୍ଶ ସମ୍ପର୍କେ ଆଲେଚନା କରାଯାଇଥିଲା । ଶେଷରେ ସହଯାତ୍ରୀ ଦଳ ଏକ ପ୍ରଥପ୍ରାନ୍ତ ନାଟକ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts