ads

Breaking News

କୋଣାର୍କ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ


ପୁରୀ---- ଆଜି ପୂର୍ବାହ୍ନ  ୧୧ଟା ସମୟରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ   ପ୍ରହଲ୍ଲାଦ ସିଂ ପଟେଲ କୋଣାର୍କ ଅଭିମୁଖେ ଆସି ପ୍ରଥମେ କୋଣାର୍କ-ପୁରୀ ମେରାଇନ ଡ୍ରାଇଭ  ଆୟୋଜିତ ହେଉଥିବା ଇକୋ ରିଟ୍ରିଟ କୁ ଗ୍ରସ୍ତ  କରିଥିଲେ । ସେଠାରେ କିଛି ସମୟ ଅତିବାହିତ କରି ମାନ୍ୟବର ମନ୍ତ୍ରୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରିଥିଲେ । ସେଠାରେ ତାଙ୍କୁ ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସମେତ ଏ.ଏସ୍.ଆଇ ର ଅଧିକାରୀ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ ।କୋଣାର୍କ ମନ୍ଦିର ବୁଲିବା ସହିତ ଶ୍ରୀଯୁକ୍ତ  ସିଂ ପଟେଲ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ସମ୍ବନ୍ଧ ରେ ପଚାରି ବୁଝିଥିଲେ l ମନ୍ଦିରର ସ୍ଥିତି କୁ ଟିକନିକ କରି ଅନୁଧ୍ୟାନ କରିଥିଲେ ମନ୍ତ୍ରୀ ।ପରେ ସେ ନିଜର ମତ ଦେଇ ପ୍ରକାଶ କରିଛନ୍ତି ଯେ କୋଣାର୍କ-ପୁରୀ ଭଳି ମନ୍ଦିରର ଐତିହ୍ୟ,ସଂସ୍କୃତି ଆଦିକୁ ଗୁରୁତ୍ବ ଦିଆଯାଇ ଏହାକୁ ସ୍ବତନ୍ତ୍ ମାନ୍ୟତା ଦିଆଯିବ। ରାଜ୍ୟ ସରକାରଙ୍କ  ଦାବି ମୁତାବକ କୋଣାର୍କ ଓ ପୁରୀ କୁ ଆଇକୋନିକ ପ୍ଲେସ ର ମାନ୍ୟତା ଦିଆଯିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି ଓ ପୁରୀ - କୋଣାର୍କ ପରି ଐତିହ୍ୟ ସ୍ଥାନ ର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି ।ଏହା ପରେ ଅପରାହ୍ନ ରେ ମେରାଇନ ଡ୍ରାଇଭ  ନିକଟରେ ଚାଲୁଥିବା ଇକୋ ରିଟ୍ରିଟ ପରିସରରେ ବିଭିନ୍ନ ରାଜ୍ୟ ରୁ ଆସିଥିବା ସମସ୍ତ ପର୍ଯ୍ୟଟନ ମନ୍ତୀ ମାନଙ୍କର ଏକ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts