ads

Breaking News

କଲେଜ ଛାତ୍ରୀ ଙ୍କୁ କମେଣ୍ଟ ମାରି ଛେଚା ଖାଇଲେ ରୋଡ ରୋମିଓ।


ପୁରୀ   -୪ଜଣ ରୋଡ ରୋମିଓ ଙ୍କୁ ମହଙ୍ଗା ପଡିଛି କମେଣ୍ଟ ମରା। ସାଇକେଲରେ ଆସୁଥିବା ୨ ଜଣ  କଲେଜ ଛାତ୍ରୀ ଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିଲେ । ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡି ନିଧୁମ ଛେଚା ଖାଇ ଲହୁଲୁହାଣ ହୋଇଛନ୍ତି ଏହି ରୋଡ ରୋମିଓ। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗୋପ -କୋଣାର୍କ ରାସ୍ତା ର ଗୋପ ନିକଟସ୍ଥ ପାଟେଳିଆ ଛକ ନିକଟରେ। ଗୋପ ଥାନା ଠାରୁ ମାତ୍ର ୪କିମି ଦୂରରେ ଏଭଳି ଘଟଣା ଘଟିଥିବା ବେଳେ ଏପରିକି ଏନେଇ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ନ ପହଞ୍ଚିବାରୁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ପୋଲିସ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣା ରୁ ପ୍ରକାଶ ଯେ ଏହି ଥାନା ଅଧୀନ ଗୋଲପୁର ଗ୍ରାମର ୪ଜଣ ଯୁବକ ମଦ୍ୟପାନ ପାନ କରି ରାସ୍ତାରେ ଯାଉଥିବା କଲେଜ ଛାତ୍ରୀ ଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ସହ କମେଟ କରିଥିଲେ ।ଏପରିକି ସେମାନେ ଛାତ୍ରୀ ଙ୍କୁ ଫୋନ ନମ୍ବର ମାଗିବାକୁ ମଧ୍ୟ ପଛାଇ ନଥିଲେ। ଏସଂପର୍କ ରେ ଛାତ୍ରୀ ସ୍ଥାନୀୟ ଲୋକଙ୍କୁ ଜଣାଇଵା ପରେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡି ନିଧୁମଛେଚା ଖାଇଥିବା ଜଣାପଡିଛି । 
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts