ads

Breaking News

ପାହାଡ଼ଶ୍ରୀଗିଡା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ



  ବରଗଡ଼----- ବରଗଡ଼ ଜିଲ୍ଲା ଅତବିରା ଅନ୍ତର୍ଗତ ପାହାଡ଼ଶ୍ରୀଗିଡା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ତଥା ସଭାପତି ରାମକୃଷ୍ଣ ସାହୁ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ମଞ୍ଚ ପରିଚାଳନା କରିଥିଲେ  ଅଧ୍ୟାପକ ଜଗଦୀଶ ଦେବତା । ଉତ୍ସବରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ,ସମ୍ବାନିତ ଅତିଥି ବ୍ଲକ ଅଧ୍ୟକ୍ଷା ରୀତା ସାହୁ ଓ ଡ଼ ଅଟଳ ବିହାରୀ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ।  ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦ୍ବୀପ ଆବୃତ୍ତି ମନ୍ତ୍ର,ସ୍ୱାଗତ ସଙ୍ଗୀତ ପରିବେଷଣ ଓ ଅତିଥି ମାନଙ୍କ ଦ୍ଵାରା ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା। ଅଧ୍ୟାପିକା ମଞ୍ଜୁଳତା ବିଶି ସ୍ୱାଗତଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୂଖ୍ୟ ବକ୍ତା ଭାବରେ ଡ଼ ଦ୍ଵାରିକା ପ୍ରସାଦ ନାୟକ ଯୋଗଦେଇଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷ ବାର୍ଷିକ ବିବରଣୀ ପଠନ କରିଥିଲେ। ବିଦ୍ୟାଳୟର କୃତିତ୍ବ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟାପକ ଆତୃଷ ପ୍ରଧାନ ଓ ଅଶ୍ୱିନୀ କୁମାର ପ୍ରଧାନଙ୍କ ସଂଯୋଜନାରେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସମାପନ ସଙ୍ଗୀତ ଓ  ରଙ୍ଗାରଙ୍ଗ  ସାଂସ୍କୃତିକ  କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶେଷରେ ଅଧ୍ୟାପକ ଆତୃଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ତଥା ଅଭିଭାବକ,ଅଭିଭାବିକା ମାନେ ସମ୍ପୂର୍ଣ୍ଣ ସହଯୋଗ ରହିଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts