ads

Breaking News

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବରିଷ୍ଠ ନାଗରିକଙ୍କ ଦ୍ୱାରା ସରପଞ୍ଚ ସମ୍ବର୍ଦ୍ଧନା

କୁଜଙ୍ଗ---- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ନେହେରୁ ହାଟ ନିକଟ ପଞ୍ଚାୟତ କାର୍ଯ୍ୟାଳୟରେ ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ବଟ ଚରଣ ଦାସଙ୍କ ମଙ୍ଗଳାଷ୍ଟକ ଓ ବେଦଧ୍ୱନୀ ଉଚ୍ଚାରଣ ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ଜିଲାପରିଷଦ ସଭ୍ୟ ପ୍ରବିର ରାୟ, ପଞ୍ଚାୟତର ବରିଷ୍ଠ ନାଗରିକ ମହେଶ୍ୱର ପରିଜା ପ୍ରମୁଖ ତିର୍ତ୍ତୋଲର ଖ୍ୟାତନାମା ସରପଞ୍ଚ ମନୋରଞ୍ଜନ ମହାପାତ୍ରଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ରରିଷ୍ଠ ନାମରିକ ତଥା ଦିଲ୍ଲୀ ଦୂରଦର୍ଶନର ଡେପୁଟି ଡାଇରେକ୍ଟର ନିତ୍ୟାନନ୍ଦ ଜେନା, ଅକ୍ଷୟ ଦାସ, ସାଗର ମହାପାତ୍ର, ବିଜୟାନନ୍ଦ ନାଥ, ରଞ୍ଜିତ ରାୟ, ସୁଶାନ୍ତ ନାଥ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବିଜୟା ମହାନ୍ତି, ବିଶ୍ୱନାଥ ମିଶ୍ର, ସଚ୍‌ଚିଦାନନ୍ଦ ନାଥ, ପ୍ରସନ୍ନ ମହାନ୍ତି, ହୃଷିକେଶ ପରିଜା, ସୁଶାନ୍ତ ନାଥ ପ୍ରମୁଖ ଉପସ୍ଥିତ ରହିଥିଲେ ।
 P mohapatra
Jagatasinhgpur
-ଜଗତସିଂପୁରରୁ ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts