ads

Breaking News

ଡିଙ୍ଗର ସେବା ସମବାୟ ସମିତି ଆଗରେ ଚାଷୀଙ୍କ ଧାରଣା

ବେଗୁନିଆ----
 J Panda
Begunia 
ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ସେବା ସମବାୟ ସମିତି ଆଗରେ ସମ୍ପାଦକ  ରଘୁନାଥ ବାରିକ ମନମୁଖୀ କାର୍ଯ୍ୟ ଯୋଗୁ ଚାଷୀମାନେ  ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାଷୀ ମାନଙ୍କ ଦସ୍ତଖତକୁ ଜାଲିଆତି କରିବା ସହ ଜମିବାଡ଼ି ପଟା ଦେଇ ନିଜ ସମ୍ପର୍କୀୟ ଲୋକଙ୍କ ନାମରେ ଟୋକନ କାଟି ଧାନ ବିକ୍ରି କରିଥିବା ନେଇ
 ଜାଣିବା ପରେ ଶତାଧିକ ଚାଷୀ ଏକତ୍ରିତ ହୋଇ ବିଭିନ୍ନ ନାରାବାଜି କରି ଧାରଣାରେ ବସିଥିଲେ ।ଚାଷୀର ଅମଳ ଧାନ ବିକ୍ରି କରିବା ପାଇଁ ଗତ ନଭେମ୍ବର ମାସରେ କମିଟି ଗଠନ କରାନଯାଇ  ଧାନ ମଣ୍ଡି ଖୋଲିବା ସହ କେମିତି ଧାନ ବିକ୍ରୀ କରାଯାଉଥିବ ଏଥିରୁ ସ୍ପଷ୍ଟ ଭାବରେ ଜଣା ପଡୁଛି ।ଏହି ଧାନ ମଣ୍ଡିର ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି । ଏହାର ଭିତର ରହସ୍ୟ ପଛରେ କୈଣସି ରାଜନୈତିକ ବ୍ୟକ୍ତିଙ୍କର ପ୍ରଚ୍ଛନ୍ନ ହାତ ରହିଛି  ବୋଲି  ଚାପା ଗୁଞ୍ଜରଣ ସୃଷ୍ଟି କରିଛି ।ଉଚ୍ଚପଦସ୍ଥ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। 
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts