 |
| Baragarh |
ବରଗଡ଼ ---- ବରଗଡ଼ ଜିଲ୍ଲା ଅତାବିରା ସରକାରୀ ଡାକ୍ତରଖାନା ସ୍ଥିତ ସଂକଟମୋଚନ ହନୁମାନ ମନ୍ଦିରରେ ହନୁମାନ ମନ୍ଦିର କମିଟିର ଆନୁକୂଲ୍ୟରେ ସଂକଟ ମୋଚନେଶ୍ୱର ଶିବଲିଙ୍ଗ ସ୍ଥାପନ ସହ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଯାଇଛି। ଏହି ଅବସରରେ ପ୍ରଥମେ ସ୍ଥାନୀୟ ପାର୍ବତୀ ମନ୍ଦିରରୁ ମାନସିକ କଳସ ଧରି ମହିଳା ଭକ୍ତ ମାନଙ୍କ ଦ୍ୱାରା ନଗର ପରିକ୍ରମା ସହ ବିଶାଳ ଶୋଭଯାତ୍ରାରେ ଆସି ଯଜ୍ଞ ମଣ୍ଡପ ସମୀପରେ କଳସ ସ୍ଥାପନା କରାଯାଇଥିଲା । ପରେ ପଣ୍ଡିତ ମାନଙ୍କ ଦ୍ଵାରା ପୂଜାକାର୍ଯ୍ୟ ଆରମ୍ଭ ହୋଇଯାଇଛି।ଏଥିରେ କର୍ତ୍ତାକର୍ତ୍ରୀ ଆସନରେ ଶ୍ୱାମ ସୁନ୍ଦର ରାଓ ଓ ତାଙ୍କ ପତ୍ନୀ ଭାନୁମତି ରାଓ ଓ ଅନ୍ୟ କର୍ତ୍ତାକର୍ତ୍ରୀ ରହିଛନ୍ତି । ମୁଖ୍ୟ ପୂଜକ ଭାବରେ ନିରଞ୍ଜନ ପାଣି ଗ୍ରାହୀ ଓ ତାଙ୍କ ସାଥୀମାନେ ପୁଜାକାର୍ଯ୍ୟ ତୁଲାଉଛନ୍ତି।ପ୍ରାରମ୍ଭରେ କଳସ ଅଧିବାସ,ଶିବଲିଙ୍ଗ ଏବଂ ପାର୍ଶ୍ଵ ବିଗ୍ରହ ମାନଙ୍କର ସଶ୍ୟା ଭିଷେକ,ଅନ୍ନା ଭରଣ,ମହାସ୍ନାନ ହେଇ ଶିବଲିଙ୍ଗ ପ୍ରତିଷ୍ଠା ହୋମଯଜ୍ଞ, ଆରତ୍ରିକ ସହ ସନ୍ଧ୍ୟାରେ ଭଜନ ସଂକୀର୍ତନ୍ୟ ସହ ପୂର୍ଣ୍ଣାହୁତି ଓ ପୁଷ୍ପାଞ୍ଜଳି ହେବ।ଏଥିରେ ହନୁମାନ ମନ୍ଦିର କମିଟି ଓ ଅଞ୍ଚଳବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଛି।ଭକ୍ତ ମାନଙ୍କ ପାଇଁ ଅନ୍ନକୋଟର ବ୍ୟବସ୍ଥା ମଧ୍ୟ ରହିଥିବା କମିଟି ପକ୍ଷରୁ କୁହାଯାଇଛି ।