ads

Breaking News

ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ

ବରୀ---- ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଂଜୁ ଲତା ବେହେରା ସଭାରେ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ଉତ୍ସବରେ ବରୀ ବିଧାୟିକା ସୁନନ୍ଦା ଦାସ ମୁଖ୍ୟ ଅତିଥି , ମୁଖ୍ୟ ବକ୍ତା ଭାବେ ଶିକ୍ଷକ ନେତା ନରେନ୍ଦ୍ର କୁମାର ପଣ୍ଡା, ସମ୍ମାନୀୟ ଅତିଥି ଭାବେ ବିଇଓ ଅଭୟ କୁମାର ବେହେରା, ଅବସରପ୍ରାପ୍ତ ଏବିଓ କପିଳ ଚରଣ ସାମଲ,ବାଙ୍କ ବିହାରୀ ପଣ୍ଡା, ଶରତ ଚନ୍ଦ୍ର ରାୟ,ସିଆରସିସି ପ୍ରଶନ୍ନ କୁମାର ଷଢଙ୍ଗୀ. ପ୍ରମୋଦ କୁମାର ଦାସ  ଯୋଗ ଦେଇଥିଲେ ।  ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ବିଧାୟିକା ଓ ବିଇଓଙ୍କୁ ମାନପତ୍ରଦେଇ ସମ୍ୱଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ୧୮ ଜଣ ଅବସରପ୍ରାପ୍ତ ଶିକ୍ଷକ ଓ ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ,ଶିକ୍ଷୟତ୍ରୀଙ୍କୁ ବିଧାୟିକା ଦାସ ସମ୍ବଦ୍ଧିତ କରିଥିଲେ । ବିଦ୍ୟାଳୟର ବାର୍ଷିକ କ୍ରୀଡାର ବିଭିନ୍ନ ଖେଳକୁଦରେ ଅଂଶ ଗ୍ରହଣ କରି  କୃତ୍ତି ତ୍ୱ ଅର୍ଜନ କରିଥିବା୯୬ ଜଣ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାର ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts