ads

Breaking News

ବାଲୁକା କଳାରେ ସାଧାରଣତନ୍ତ୍ର ଦିବସର ବାର୍ତ୍ତା ପ୍ରଚାର

କୋଣାର୍କ -----ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହୀତ ପୂର୍ବରୁ ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମୀରେ କୋଣାର୍କ ନିକଟସ୍ଥ ରାଉଳପାଟଣା ଗ୍ରାମର ମହିଳା ବାଲୁକା ଶିଳ୍ପୀ ସିଳ୍ପା ଗୋଚ୍ଛୟେତ ବାଲୁକା କଳା ମଧ୍ୟାମରେ ଐିତହ୍ୟ ସୂରକ୍ଷା ଓ ସବୁଜ ବଳୟ ଶୃଷ୍ଟି କରିବା ପାଇଁ ବାର୍ତ୍ତା ପ୍ରଚାର କରିଛନ୍ତି । ବାଲୁକା ଶିଳ୍ପୀ ସିଳ୍ପା ଆଜି ଅପରାହ୍ନରେ ଚନ୍ଦ୍ରଭାଗା ବେଳାଭୂମୀରେ ବିଶ୍ୱ ଏତିହ୍ୟ, ସବୁଜ ବନାନୀ ଏବଂ ତ୍ରିରାଙ୍ଗାକୁ ବାଲୁକା କଳା ମାଧ୍ୟମରେ ସଜାଇ ଶାନ୍ତିର ବାର୍ତ୍ତାକୁ ପ୍ରଦର୍ଶନ କରିଥିଲେ । ବାଲୁକା ଶିଳ୍ପୀ ଶିଳ୍ପା ବାଲୁକା କଳା ପ୍ରସ୍ତୁତ କରୁଥିବା ସମୟରେ ଚନ୍ଦ୍ରଭାଗା ବେଳାଭୂମିକୁ ଭ୍ରମଣରେ ଆସିଥିବା ପର୍ଯ୍ୟଟକମାନେ ବାଲିରେ ପ୍ରସ୍ତୁତ ହୋଇଥିବା ଏହି କଳା କୃତିକୁ ଦେଖି ପ୍ରଶଂସା କରିବା ସହିତ ନିଜ ମୋବାଇଲ ଫୋନରେ ସେଲଫି ଉଠାଇ ନେଉଥିବା ଦେଖିବାକୁ ମିଳିଥିଲା । ବାଲୁକା ଶିଳ୍ପୀ ସିଳ୍ପା ବିଭିନ୍ନ ଉତ୍ସବ ସମୟରେ ଚନ୍ଦ୍ରଭାଗା ଓ ପୁରୀ ବେଳାଭୂମୀ ଏବଂ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ବାଲୁକା କଳା ପ୍ରଦର୍ଶନ କରିଥିବା ବେଳେ କୋଣାର୍କ ଉତ୍ସବ ସମୟରେ ଚନ୍ଦ୍ରଭାଗା ଠାରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରି ବେଶ ପ୍ରଶଂସିତ ହୋଇଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ 

ads

Blog Archive

Popular Posts