ads

Breaking News

ଏ ଏସ ଆଇର କୋର କମିଟି ଆଜି ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି


 ପୁରୀ--- ଏ ଏସ ଆଇର କୋର କମିଟି ଆଜି ଶ୍ରୀମନ୍ଦିର ପରିଦର୍ଶନ କରିଛି। ମୁଖ୍ୟତ ନାଟ ମଣ୍ଡପ ସ୍ଥିତି ପରଖିଥିଲା ଏହି କୋର କମିଟି। ନାଟ ମଣ୍ଡପ କିଭଳି ପାଣି ଲିକେଜ କରିବନି ସେ ନେଇ ଅନୁଧ୍ୟାନ କରାଯାଇଛି। ସେହିପରି ଜଗମୋହନ ସ୍ଥିତି ମଧ୍ୟ ଅନୁଧ୍ୟାନ କରାଯାଇଛି। ଜଗମୋହନ ସ୍ଥିତି ଠିକ ରହିଥିବା ଏ ଏସ ଆଇ କୋର କମିଟି କହିଛି। ଗତ ଅଗଷ୍ଟ ୨୦୧୮ କୋର କମିଟି ବୈଠକରେ ଶ୍ରୀମନ୍ଦିର ର ମରାମତି ଓ ରକ୍ଷଣା ବେକ୍ଷଣ  ପାଇଁ ନିଆଯାଇଥିବା ନିସ୍ପତି ଅନୁଯାୟୀ କିଭଳି କାର୍ଯ୍ୟ ଆଗେଇଛି ତାହା ମଧ୍ୟ ସମୀକ୍ଷା କରାଯାଇଛି। କୋର କମିଟି ରେ ଏ ଏସ ଆଇ ଅଧିକ୍ଷକ ଅରୁଣ ମଲ୍ଲିକ , ସଦସ୍ୟ ଏନ ସି ପାଲ ଙ୍କ ସମେତ , ବହୁ ବରିଷ୍ଠ ବିଶେଷଜ୍ଞ ଆଜି ଉପସ୍ଥିତ ରହିଥିଲେ।  
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts