ads

Breaking News

ସଡକ ଦୁର୍ଘଟଣାରେ ୩ ଆହତ

   ବରଗଡ଼ ---- ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ବଜାର ପ୍ରାଙ୍ଗଣ ସମ୍ଭୁଖରେ ୫୩ନଂ ଜାତୀୟ ରାଜପଥରେ ଏକ ବାଇକ ଆରୋହି ଭାରସାମ୍ୟ ହରାଇ ଛିଟିକି ପଡ଼ିଥିଲେ। ଖବର ପାଇ ଅତାବିରା ଅଗ୍ନିଶମ ବିଭାଗ ପହଞ୍ଚି ଦୁର୍ଘଟଣା ଗସ୍ତ ଦ୍ବୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ଜଣାପଡିଛି ।ଆହତ ହୋଇଥିବା ଚନ୍ଦନ ଭୋଇ (୨୧),ପ୍ରଶାନ୍ତ ଭୋଇ(୨୩) ଏମାନେ ବରଗଡ଼ ରୁହୁଣିଆର ବୋଲି ଜଣାପଡିଛି।ଠିକ ସେହିପରି ଅତାବିରା କୁଳୁଣ୍ଡା ରାସ୍ତାରେ ଜଣେ ଦୁର୍ଘଟଣା ଗ୍ରସ୍ତ ହେଇ ପରିବାର ବର୍ଗଙ୍କ ସହାୟତାରେ ଡାକ୍ତର ଖାନାକୁ ଅଣାଯାଇ ପ୍ରାରମ୍ଭିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ଦୁର୍ଘଟଣା ଗୁରୁତର ହୋଇଥିବା ଜଣକ ବାବେବିରାର ହେମନ୍ତ ପେରା(45)ସେ ଅତାବିରା ଥାନାରେ ହୋମଗାର୍ଡ ରୂପେ କାର୍ଯ୍ୟରତ ଥିବାର ଜଣାପଡିଛି। 
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts