ads

Breaking News

ମହାସମାରୋହରେ ପାଳିତ ହୋଇଯାଇଛି ଗଣତନ୍ତ୍ର ଦିବସ


 N das
Baragarh 

 ବରଗଡ଼---- ବରଗଡ଼ ଜିଲ୍ଲାରେ ମହାସମାରୋହରେ ବିଭିନ୍ନ ସ୍କୁଲକଲେଜ ତଥା ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମହାସମାରୋହରେ ପାଳିତ ହୋଇଯାଇଛି ୭୧ ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ସ୍ଥାନୀୟ ଅତାବିରା ବ୍ଲକର ନୋଡାଲ ବାଳକ ଓ ନୋଡାଲ ବାଳିକା ବିଦ୍ୟାଳୟ ସହ ଶ୍ରୀଅରବିନ୍ଦ ମାତୃପୁରୀ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ  ପାଳିତ ହୋଇଛ ଗଣତନ୍ତ୍ର ଦିବସ  । ନୋଡାଲ ବାଳକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ,ନୋଡାଲ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା ପତାକା ଉତ୍ତୋଳନ କରିଥିବାବେଳେ ମାତୃପୁରୀରେ ଭାରତୀୟ ବାୟୁ ସେନା ବିଭାଗର ପୂର୍ବତନ କର୍ମଚାରୀ ପତାକା ଉତ୍ତୋଳନ କରିଥିଲେ।ଅଧ୍ୟକ୍ଷ ଟିକେଲାଲ ଚାନ୍ଦଙ୍କ ଅଧ୍ୟକ୍ଷତାରେ ମାତୃପୁରୀରେ ମୂଖ୍ୟ ଅତିଥିଭାବେ ଶିଶୁରୋଗ ବିଶେଷଜ୍ଞ ଡ଼ଃ ପଲଉ ପ୍ରଧାନ,ସମ୍ବାନୀତ ଅତିଥି ମାନସ ରଞ୍ଜନ ଚାନ୍ଦ,ସଭାପତି ବାଲେଶ୍ୱର ସାହୁ,ସଂପାଦକ କୃଷ୍ଣଚନ୍ଦ୍ର ପ୍ରଧାନ,ଜୟ ପ୍ରକାଶ ଅଗ୍ରୱାଲ,ଯତୀନ୍ଦ୍ର କୁମାର ପ୍ରଧାନ ମଞ୍ଚାସିନ ହୋଇଥିଲେ। ଶିକ୍ଷକ ନିରଞ୍ଜନ ପସାୟତଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ବୁବ୍ରୁବାହନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ।  ଏହି ଅବସରରେ ପୂର୍ବରୁ ହୋଇଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ବୁବ୍ରୁବାହନ ମିଶ୍ର,ଯୁଗଳ କିଶୋର ସାହୁ,ସୁବଳ ସାହୁ,ରାମଚନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସାହାଯ୍ୟରେ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ । ଅନୁଷ୍ଠାନର ସରୋଜ ରଥ,ହରିବୋଲ ଅଦାବର,ଗଜିନ୍ଦ୍ର ବାଗ,ଏକଦସିଆ ସାହୁ,ଦୁର୍ବାଦକ ସାହୁ,ସରିତା ପ୍ରଧାନ,ରଞ୍ଜୁଳତା ବାରିକ ତଥା ସମସ୍ତ ଅପା ଭାଇ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଅଧ୍ୟକ୍ଷ ଟିକେଲାଲ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି ଅନ୍ୟାନ୍ୟ ଅନୁଷ୍ଠାନ ତଥା ସ୍କୁଲ କଲେଜରେ ହୋଇଥିବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ,ଅଭିଭାବକ ଅଭିଭାବିକା, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିଲେ ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts