ads

Breaking News

କ୍ଷୁଦ୍ର ଗଳ୍ପ ଓ କବିତା ପାଠୋତ୍ସବ

 ବରୀ---- ବରୀ ବ୍ଲକ ଅଧିନ ଚନ୍ଦନପୁର ପଞ୍ଚାୟତ ରାମପୁର ଗ୍ରାମର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଚାଳ ଘର ସାହିତ୍ୟ ସଂସଦ ପକ୍ଷରୁ କ୍ଷୁଦ୍ର ଗଳ୍ପ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାକୁ ବରୀ ବିଧ୍ୟାୟିକା ସୁନନ୍ଦା ଦାସ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଥମ ପର୍ଯ୍ୟୟରେ କ୍ଷୁଦ୍ର ଗଳ୍ପ ପଠନ  ଅନୁଷ୍ଠିତ ହୋଇଥିଲାବେଳେ  ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ବୈରାଗୀ ଚରଣ ପଟ୍ଟନାୟକ ସମ୍ମାନୀୟ ଅତିଥି ସୂଚନା ଲୋକ ସମ୍ପକ ଅଧିକାରୀ ସନ୍ତୋଷ କୁମାର ସେଠୀ, ବରୀ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗଗନ ବିହାରୀ ଜେନା,ଜିଲ୍ଲା ପ୍ରକଳ୍ପ ସଂଯୋଜକ ସର୍ବ ଶିକ୍ଷା ଅଭିଯାନ ବିଷ୍ଣୁ ଚରଣ ସୁତାର, ଜିଲ୍ଲା ଲେଖକ ସଂଗଠନର ସଭାପତି ରୁଦ୍ର ନାରାୟନ ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ କେତେକ ସାହିତ୍ୟକ, ସାମାଜିକ କର୍ମୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବଦ୍ଧିତ କରାଯାଇଥିଲା । ବିରଜା ପରିଡା ସଭାପତିତ୍ୱ କରିଥିଲାବେଳେ ସମ୍ପାଦକ ପ୍ରତାପ ଦାସ ବିବରଣି ପାଠ କରିଥିଲେ ।

ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts