ads

Breaking News

ଲଘୁଚାପଜନିତ ଲଗାଣ ବର୍ଷାରେ କ୍ଷୟକ୍ଷତି ତୁରନ୍ତ ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ


ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଓ ଅତାବିରା ବ୍ଲକ ର ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ଧାନଫସଲ  କ୍ଷତିଗ୍ରସ୍ତ ହୋଇଛି। ଅତାବିରା ଆରଏମ୍ସି ଅଧିନରେ ଥିବା ମାର୍କେଟ ୟାର୍ଡ଼ ଗୁଡିକରେ ଥିବା ଧାନ ନଷ୍ଟ ହୋଇଛି।ସ୍ଥାନୀୟ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ  ଆଜି ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଥିଲେ।ପ୍ରତ୍ୟେକ ଜାଗା ରେ ରାଜସ୍ବ ବିଭାଗ, କୃଷି ବିଭାଗର କର୍ମଚାରୀଙ୍କ ସହିତ ଆଲୋଚନା କରି ଚାଷୀ ମାନଙ୍କୁ ଗୁରୁତ୍ବ ଦେଇ କ୍ଷୟକ୍ଷତି ଆକଳନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଏହି ସମୟରେ ତାଙ୍କ ସହିତ ଥିଲେ, ଅତାବିରା ଆରଏମସି ଭାଇସ ଚେୟାରମ୍ଯାନ ସୁବାଷ ଚନ୍ଦ୍ର ହୋତା। ଥୁଆପାଲି ମାର୍କେଟ ଆସି ଚାଷୀ ମାନଙ୍କ ସହିତ ଧାନ କ୍ଷୟକ୍ଷତି ବିଷୟରେ ଆଲୋଚନା କରିଥିଲେ ।ଏହି ସମୟରେ ସଂକ୍ରିଡା ପେକ୍ସ ର ସଭାପତି ସୁବ୍ରତ କୁମାର ଚାନ୍ଦ, ସଂକ୍ରିଡା ସରପଞ୍ଚ ଜୟନ୍ତୀ ସେଠ, ସମିତି ସଭ୍ୟ ଚାଷୀଗିରି ନଈ, ସଂକ୍ରିଡା ପେକ୍ସ ର ଡାଇରେକ୍ଟର ସଚିନ ପୁରୋହିତ, ରାମକୃଷ୍ଣ, ଛିନୁ ବାବୁ, ପିତବାସ ଭୋଇ, ଗୁନାରୁ ଓ ଥୁଆପାଲି ମାର୍କେଟ ସରକାର ଭରତ ପ୍ରଧାନ ଓ ମାର୍କେଟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ  ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ଆଲୋଚନା କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କିପରି  ସବସିଡି ମିଳିବ ବିସ୍ତୃତ ଆଲୋଚନା କରିବେ ବୋଲି ଚାଷୀମାନଙ୍କୁ କହିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ, ୮/୧୨/୨୦୨୩---୯,୪୫ Sakhigopal News,8/12/2023

ads

Blog Archive

Popular Posts