ads

Breaking News

ଡେଲାଙ୍ଗରେ ଓଡିଶା ବନ୍ଦ ସଫଳ


 ଡେଲାଙ୍ଗ----ତୈଳଦର ବୃଦ୍ଧି. କୃଷିବିଲ  ଓ ସରକାରଙ୍କ ବିଫଳତାକୁ ନେଇ ଆଜି ଓଡିଶାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ଡାକରା ଦିଆଯାଇଛି । ସକାଳ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅଖଚକ ଗଡିବନି ବୋଲି କଂଗ୍ରେସର ପିସିସି ସଭାପତି ଡାକରା ଦେଇଥିଲେ । ଏହି ଅବସରରେ ଡେଲାଙ୍ଗ ବ୍ଳକ କଂଗ୍ରେସ ସଭାପତି ରବି ଦାସଙ୍କ ନେତ୍ୱତୃରେ ଡେଲାଙ୍ଗ ଷ୍ଟେସନ ବଜାର, ହାଟବଜାର ଘୋରଡିଆ ବଜାର, କଲ୍ୟାଣପୁର ବଜାର ଆଦି ଛକ ମାନଙ୍କରେ ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରାଯିବା ସହ କଂଗ୍ରେସ କର୍ମୀ ମାନେ ପିକେଂଟି କରିଥିଲେ । ଡେଲାଙ୍ଗରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଗାଡି ମଟର ବନ୍ଦ ରହିଥିଲା । ଏହି ପିକେଂଟି ସମୟରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ,  ରାଜ୍ୟ କଂଗ୍ରେସ ପ୍ରବକ୍ତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର, କଂଗ୍ରେସର ରାଜ୍ୟ ମହିଳା ସମ୍ପାଦିକା ନିରୁପମା ପାତ୍ର , ସୈମ୍ୟରଞ୍ଜନ ବରାଳ, ଗଡମୋଟରୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିପିନି ବିହାରୀ ବଳବନ୍ତରାୟ, ଅରିଶଲ ପଞ୍ଚାୟତର ପୂର୍ବତନ ସରପଞ୍ଚ କ୍ଷେତ୍ରମୋହନ ସାହୁ, ପ୍ରଶାନ୍ତ ପଟ୍ଟନାୟକ, ସୁଶାନ୍ତ ପଣ୍ଡା, ଜଳହାର ଲାଲ ବିଶ୍ୱାଳ, ମାନସ ସ୍ୱାଇଁ, ପ୍ରହଲ୍ଲାଦ ପ୍ରଧାନ ,ମାନସ ସ୍ବାଇଁ, ପ୍ରମୋଦ ସ୍ବାଇଁ, ଜୟମନ୍ୟ ସାମନ୍ତରାୟ, ବିଶ୍ଵ ରଞ୍ଜନ ବଳବନ୍ତରାୟ, ସୁବାଷ ଚନ୍ଦ୍ର ପ୍ରଧାନ, ବିନୋଦ ସ୍ବାଇଁ ଓ ଶୁଭଙ୍କର ସାହୁ ଙ୍କ ସହ   ବହୁ କଂଗ୍ରେସ କର୍ମୀ ପିକେଂଟି କରିଥିବାର ଦେଖାଯାଇଥିଲା ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୫/୨/୨୦୨୧----୧,୫୦

ads

Blog Archive

Popular Posts